Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

5.0  

Sadananda Sahoo

Romance

ନିଆରା ଏ ' ପ୍ରେମ ଡୋରି

ନିଆରା ଏ ' ପ୍ରେମ ଡୋରି

1 min
350


ପ୍ରେମର କୁହୁକ ସପନ ବଣିକ 

  ଦେଇଛି ମନ୍ତର କରି 

ସମ୍ପର୍କର ଡୋରି ଧରିଛି ସେ' ଟାଣି 

  ମର୍ତ୍ତ୍ୟ ପୁରେ ଅବତରି ! ! 


ପ୍ରେମର ପ୍ରେମୀକ ହୃଦୟ ପ୍ରତୀକ 

   ସ୍ମୃତିର ଅଲିଭା ଦୀପ , 

ପ୍ରେମିକା ନାୟିକା ସର୍ବ ଜନାଦୃତା 

  ପ୍ରେମରେ ବୋଳେ ପ୍ରଲେପ ! ! 


ପ୍ରେମ ଫୁଲଫୁଟେ ବାସତା' ମହକେ 

   ସଂସାର' ବିଭବ ପ୍ରୀତି 

ଉଚ୍ଛୁଳା ପ୍ରେମର ଅସୀମ ପ୍ରଭାବ 

   ଖୋଜେ ଏ' ଦୁନିଆଁ ରୀତି ! ! 


ପ୍ରେମ ହୃଦୟରେ ଯଦି ତାଲା ପଡେ 

    ଫିକା ପଡିଯାଏ ମନ 

ଦୁଇଟି ମନର ଦୁଇଟି ଆତ୍ମାର 

    ଘଟେ ମହା ଅବସାନ ! ! 


ପ୍ରେମ ପ୍ରତୀକକୁ କରହେ ସଶକ୍ତ 

   ପ୍ରେମୀକ ପ୍ରେମିକା ଗଣ 

ପ୍ରେମ ଉପଜୀବ୍ୟ ପ୍ରେମଉପ ଭୋଗ୍ଯ 

    ଅଶୁଝା ରଖନା ଋଣ ! ! 


ପ୍ରେମ ଡୋରି ଧରି ହୁଅ ସର୍ବେ ପାରି 

   ଦୁର୍ଗମ୍ୟ ଅଭେଦ୍ୟ ପଥ 

 ପ୍ରେମ ପରାକ୍ରମ ହେଵ ଅବଗତ 

   ବିରୋଧୀ ସମାଜ ତତ୍ତ୍ଵ ! ! 


ପ୍ରେମର ସ୍ଵଭାଵ ନିରନ୍ତର ଭାବ 

   ସମ୍ପର୍କର ମଧୁଶେଯ 

ରୂପାୟନ ହୁଏ ସ୍ନେହଁ ସଦିଚ୍ଛାରେ 

   ହୋଇ କେତେ ସଜବାଜ ! ! 


ପ୍ରେମ ପ୍ରତୀକକୁ ସମ୍ମାନ ଦେବାକୁ 

    ସର୍ବେ ହୁଅ ଆଗଭର 

ଜ୍ଜ୍ଵଳନ୍ତ ପ୍ରତୀକ ହୃଦୟ ମାଣିକ 

   ସ୍ପନ୍ଦନର  ଗୀତିସ୍ଵର ! ! 

! ! ! ? ? ? ? ? ? ? ! ! ! ! ! ? ? ! ! 

ସଦାନନ୍ଦ ସାହୁ , କାରା କର୍ମଚାରୀ , 

ଚୌଦ୍ଵାର , କଟକ ! ! 



Rate this content
Log in

Similar oriya poem from Romance