STORYMIRROR

Pranati prabha Rout

Classics

3  

Pranati prabha Rout

Classics

ନିଆଳି ମାଧବ

ନିଆଳି ମାଧବ

1 min
357

ପୂଣ୍ୟତୋୟା ପ୍ରାଚୀ ତଟେ ନିଆଳି ମାଧବ

ଭବ୍ୟ ବଇଷ୍ଣବ ପୀଠ କଟକ ଜିଲ୍ଲାର 

ଅନଙ୍ଗଭୀମ ଦେବଙ୍କ କିରତୀ ବୈଭବ 

ଶ୍ରୀମାଧବାନନ୍ଦ ଯହିଁ ପୀଠ ଅଧିଶ୍ୱର ।


ଅନୁରୂପ ଶ୍ରୀମନ୍ଦିର ସ୍ଥାପତ୍ୟ ଭାସ୍କର୍ଯ୍ୟ

ନୀତିକାନ୍ତି ଯାନୀଯାତ୍ରା ସେହି ଅନୁସରି

ଜୟଦେବ ଗୋସ୍ୱାମୀଙ୍କ ଅରାଧିତ ପୂଜ୍ୟ

ଜଗନ୍ନାଥ ସଂସ୍କୃତିରେ ବନ୍ଧିତ ଏ' ପୂରୀ ।


ଆବାହମାନ କାଳରୁ ପ୍ରଚଳିତ ପ୍ରଥା

ଜଗନ୍ନାଥ ମହାପ୍ରଭୁଙ୍କ ସେ ମାମୁଁଘର

ଶ୍ରୀମନ୍ଦିର ସତ୍ତ୍ୱଲିପି ଗମ୍ଭୀର ଅନ୍ୟଥା 

ଓଡିଶା ପାଣିପଵନ ସର୍ବେ ଜ୍ଞାତସାର ।


ଦାରୁ ଅନ୍ୱେଷଣସ୍ଥଳୀ ମଙ୍ଗଳାମଣ୍ଡଳି 

ଗଙ୍ଗାଠୁ ବୟସ୍କା ପ୍ରାଚୀ ବହିଯାଏ ବକ୍ଷେ

ମାତୃକ6ଳ୍ପ ମାତୃପୀଠ ମାମୁଁଘର ସ୍ଥଳୀ 

ପୁରୁଷାନୁକ୍ରମରେ ଜନଶ୍ରୁତି ପରଖେ ।


ପ୍ରତି ପ୍ରଥମାଷ୍ଟମୀରେ ପୋରୂହାଁ ମର୍ଯ୍ୟାଦା

ପଠାଯାଏ ମାମୁଁଘରୁ ପାଟମଠା ଭାର

ଅରୁଆ ଚାଉଳ, ବିରି, ନଡ଼ିଆ, ତୁଳସୀ

ଶ୍ରଦ୍ଧାରେ ବାହନ୍ତି ପଦାତିକ ପଟୁଆର ।


ଗରୁଡ଼ ଗୋସେଇଁ ଏଠି ବପୁବନ୍ତ କାନ୍ତି

ଅକଳନ୍ତି ମହିମା ଯାହାଙ୍କ କଳି ନୋହି

"ଗରୁଡ଼ ଗୋସେଇଁ ଭିଅନ୍ତି,ମାଧବ ଖା'ନ୍ତି"

ପ୍ରଚଳିତ ଲୋକଗାଥା ଏହି ଚିର ତହିଁ ।


ପ୍ରଭୁ ଗରୁଡ଼ଗୋସେଇଁ ନାମ ତୁଣ୍ଡେ ଥିଲେ 

ମହାକାଳ ସର୍ପରାଜ ଭୟେ ଆଡ଼ ହୁଏ

ସବୁ ମାନସିକ ପୂରାକରନ୍ତି ସେ ଭଲେ

ଭକ୍ତିରେ ଭକତ ମଥା ସବୁବେଳେ ନୁଏଁ ।


ଋତୁରାଜ ବସନ୍ତ ଆଗମ କୋଳାହଳେ

ମାଘ ଶୁକ୍ଳ ଭୌମି ଏକାଦଶୀ ବଡ଼ପର୍ବ

ପ୍ରକମ୍ପିତ ପ୍ରଶାନ୍ତିରେ ପୀଠ ଭକ୍ତମେଳେ

ଯାତ୍ରାମଞ୍ଚ ଆମୋଦପ୍ରମୋଦ ଯେ ଅପୂର୍ବ ।


ସୌଭାଗିନୀ ମଣେ ସେ ପିଠେ ମୋ ବାପଘର

ମଙ୍ଗଳାମାଆଙ୍କ ପୀଠ ଶାଶୁଘର ପୁଣି

ଆବାଲ୍ୟ ଆଶ୍ରିତା ମୁହିଁ ମହାବାହୁଙ୍କର

ଅଷ୍ଟମୀବନ୍ଧୁ ମୋ ପରା ଇଷ୍ଟବନ୍ଧୁ ମଣି ।


ମାର୍ଗଶିର ବର୍ଷ ଆଦ୍ୟ ଜ୍ୟୋତିଶା6ସ୍ତ୍ର କହି 

କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଅବତାର

ଓଡ଼ିଆ ଘରର ବଡ଼ ପୁଅ ପରା ସାଇଁ 

ପୋଡୁହାଁଷ୍ଟମୀରେ ସେ ପୋଡୁହାଁ ହକଦାର ।


Rate this content
Log in

Similar oriya poem from Classics