ନଇ ସେ ପାରେ
ନଇ ସେ ପାରେ
ନଇ ସେ ପାରେ ଅଛି ପ୍ରିୟା ମୋର
ଯାଇ ପାରୁ ନାହିଁ କେବେ ତାରି ଘର
ଝଡ଼ ବର୍ଷା ଆସି ନଇ ପୂର୍ଣ୍ଣ ହୋଇଛି
ମୋ ବାଟକୁ ଚାହିଁପ୍ରିୟା ରହିଛି ।
ପାହାଡ଼ ନଦୀ ଝରଣା କୂଳେ ତୁ ରହିଲୁ
ପାହାଡି ଝିଅ ହୋଇ ମୋ ମନ ଚୋରାଇଲୁ
ନଦୀର ଧାରେ ଧାରେ ତୋତେ ଖୋଜୁଛି
ମୋ ପ୍ରିୟା କେବେ ଆସିବୁ ଦିନ ଗଣୁଛି ।
ରଖିଛି ତୋ ପାଇଁ ଶଙ୍ଖା ସିନ୍ଦୁର
ଆସିବୁ କେବେ ରାଣୀ ହୋଇ ମୋର
ନଇ ସେ ପାରି ରୁ ତୁହି ଲୋ ଆସିବୁ
ମୋ ଘରେ ମୋ ଘରଣୀ ହେବୁ ।
ନଇ ସେ ପାରେ ଅଛି ମୋ ଗୋରୀ
ରମ୍ଭା କି ମେନକା କେହି ନୁହେଁ ତା ପରି
ମୋ ପାଇଁ ସେ ନଇ ପାରି ହୋଇ ଆସିବ
ମୋ ସ୍ୱପ୍ନ କୁ ଦିନେ ସାକାର କରିବ ।
ଆସି ଥିଲୁ ଦିନେ ନଇ କୂଳ କୁ
ଦେଖି ଥିଲି ତୋ ମିଠା ହସକୁ
କହି ଥିଲୁ ମୋ ସାଥି ହୋଇବୁ
ନଇ ସେ ପାରି ରୁ ଚାଲି ଆସିବୁ ।