STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ନହେଲେ

ନହେଲେ

1 min
262

ବଞ୍ଚିଥିଲା ବେଳେ ପର ଉପକାରେ

ଦିନ କାଟି ଚଳୁଥିବ

ନହେଲେ ମରିବା ଖଟରେ କାନ୍ଦିବ

ପଛକୁ ଘୁଞ୍ଚି କି ପାରିବ


ଅସହାୟ ଯଦି ସାହାଯ୍ୟ ମାଗଇ

ନିଜ ହାତ ଦେବ ବଢ଼େଇ

ନହେଲେ ବିପଦେ ତୁମେ ପଡ଼ିଥିଲେ

ନିଜ ଲୋକ ହେବେ ଛଡେଇ


ଧନ ଜନ ଗୋପ ଲଷ୍ମୀ ପୂର୍ଣ୍ଣ ଥିଲେ

ଗରବ କେବେ ନ କରିବ

ନହେଲେ ଅଦିନେ ଭୋକରେ ଶୋଇବ

ଦ୍ୱାର ଦ୍ୱାର ଭିକ ମାଗିବ


କଥା ଦେଇ ଥିଲେ ଭୁଲିବନି କେବେ

ପ୍ରାଣ ଦେଇ ପୁରା କରିବ

ନହେଲେ ବିଶ୍ୱାସ କେହି ନ କରିବେ

ମନସ୍ତାପ କରି ମରିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract