STORYMIRROR

Kali Kumar

Abstract Comedy Drama

3  

Kali Kumar

Abstract Comedy Drama

ନେତାଙ୍କ ଫିତା କଟା: ଭାଗ ୧

ନେତାଙ୍କ ଫିତା କଟା: ଭାଗ ୧

2 mins
266

ସେଦିନ ଡିସେମ୍ବର ପଚିଶ ଥିବାରୁ

ସାଙ୍ଗକୁ କହିଲି,

" ଆଜି କୁଆଡ଼େ ଗୋଟେ ବୁଲିବାକୁ ଗଲେ ହୁଅନ୍ତା !

କିଛି ନ ହେଲେ ବି, ଦୀଘା ଗଲେ ଚଳନ୍ତା"

ସାଙ୍ଗ କହିଲା, " ଆଜି ଡିସେମ୍ବର ପଚିଶ

ତେଣୁ ସେପଟେ, ଚେକିଙ୍ଗ୍ ଫେକିଙ୍ଗ୍ ହେଉଥିବ ମାଡ଼େ"

"ଦୀଘା ନୁହଁ, ଚାଲ୍ ଯିବା, ତାଳସାରୀ ଆଡ଼େ"

ଏପ୍ରକାର ନିଷ୍ପତ୍ତି ନେଇ,

ତାଳସାରୀ ଆଡ଼େ ମାଡ଼ି ଚାଲିଲୁ, ଏକ ମୁହାଁ ହୋଇ ।।

କିଛି ବାଟ ଅତିକ୍ରମ ପରେ, ଦେଖିଲୁ, ଏକ କୋଡ଼ି ଗାଡ଼ି,

ଶୃଙ୍ଖଳିତ ସ୍କୁଲ ପିଲା ପରି, ଚାଲିଛନ୍ତି ହୋଇ ଧାଡ଼ି ଧାଡ଼ି

ଆଶ୍ଚର୍ଯ୍ୟେ ପଚାରିଲି,

" ଆରେ ବାପି ! ଆଜି କ'ଣ ଇଆଡ଼େ ଏତେ ସବୁ ଗାଡ଼ି ?

ପୁଣି ଯାଉଛନ୍ତି,

ଆମ ମୁହେଁ ପ୍ରକୃତିର ନାଲି-ଧୂସର ପାଉଁଡାର ଛାଡ଼ି !"

ଉତ୍ତରରେ ସାଙ୍ଗ କହିଲା,

" ନେତା -ଟେତା, ରକମ୍ ଲାଗୁଛି ମୋତେ

ନହେଲେ, ଏପଟେ ଗାଡ଼ି କାହିଁକି ଆସନ୍ତା, ଯାହାକୁ ଯେତେ "

ୟାଙ୍କ ପଛରେ ଗଲେ ହୁଅନ୍ତା ଜାଣି,

କାହିଁକି, ଏପଟେ ଏତେ ଗାଡ଼ି, ଆଜି ଭଳି ଦିନରେ ପୁଣି !

ତହୁଁ,

ତାଳସାରୀ ବେଳାଭୂମିର ମୋହ ଛାଡ଼ି

ଭୂଷଣ୍ଡେଶ୍ଵର ମୁହାଁ ହୋଇ ଚାଲିଲୁ ମାଡ଼ି

ପ୍ରକୃତିର ନାଲି-ଧୂସର ପାଉଁଡାର ପାଇଁ

ଆମେ ଟିକେ ପଛେଇ ଗଲୁ,

ଭୂଷଣ୍ଡେଶ୍ଵର ପ୍ରାଙ୍ଗଣରେ ଟିକେ ବିଳମ୍ବେ ପହଁଚିଲୁ

ସେଠି ଯାଇ ଦେଖିଲୁ,

ନେତାଙ୍କ ଗହଳି, ଲୋକଙ୍କ ଚହଳି , ସହିତେ ପୁଣି

ଆକାଶ ମାର୍ଗରେ ପଲଟି ମାରୁଥାଏ ନାନା ରକମର ହାବେଳି

ଏସବୁ ଦେଖିକି କୁନି ପିଲା ଯେତେ, ହେଉଥାନ୍ତି ଭାରି କୁରୁଳି

ଆଉ ଏମନ୍ତ ଦୃଶ୍ୟକୁ ଦେଖି,

ନନାଙ୍କ ଗୁହାଳୁ ବିଚରା ଗୋରୁଗାଈମାନେ

ଭୟେ ଛାଡୁଥାନ୍ତି ବୋବେଳି, ଭୟେ ଛାଡୁଥାନ୍ତି ବୋବେଳି ।।

ତତ୍ କ୍ଷଣାତ୍,

ଡ଼ାକବାଜି ଯନ୍ତ୍ରଟି ଉଠିଲା ଗର୍ଜ୍ଜି,

"ଆମ୍ଭେମାନେ ଆଜି ବହୁତ ଖୁସି ଯେ, ଆଜିର ଏହି କାର୍ଯ୍ୟକ୍ରମ ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି, ପୂଜ୍ୟ ନେତାଜୀ;

ଆଉ ତାଙ୍କରି ଶ୍ରୀ କର କମଳରୁ ବାବାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟର ଉଦଘାଟନ ହେଉ ବୋଲି,

ବାବା ଶ୍ରୀ ଶ୍ରୀ ଶ୍ରୀ ଭୂଷଣ୍ଡେଶ୍ଵର ବାବାଙ୍କର ବି ମର୍ଜି "

ଏମନ୍ତ ପ୍ରକାରେ, ଡ଼ାକବାଜି ଯନ୍ତ୍ରଟି ଉଠିଲା ଗର୍ଜ୍ଜି ।।

ତହୁଁ ପୁଣି କିଛି ଶବ୍ଦ ପ୍ରବାହେ ବିସରି, ଛୁଇଁଲା ମୋ କର୍ଣ୍ଣ

ଭୂଷଣ୍ଡେଶ୍ଵର ବାବାଙ୍କ ନବ୍ୟ ମନ୍ଦିର ନିର୍ମାଣର ଉଦଘାଟନ,

ତତ୍ପରେ ବୃକ୍ଷରୋପଣ

ଏମିତି ସବୁ ରହିଅଛି ଆଜିର ଆ_ଜେଣ୍ଡା

ସେଥିପାଇଁ ଏତେ ସବୁ ଆୟୋଜନ, ଏତେ ସାଜସଜ୍ଜା

ସେଥିପାଇଁ ଏତେ ସବୁ ଆୟୋଜନ, ଏତେ ସାଜସଜ୍ଜା।।

ପେଟ୍ରୋଲ ପ୍ରାୟ ରାଗଟା ନେତାଙ୍କ, ଚରିଗଲା ନାକ ଶଣ୍ଢା

ସମ୍ବୋଧନାର୍ଥେ ଶୁଣି ଦେଇ, " ଆ_ଜେଣ୍ଡା"

ବୁଝିଗଲେ ତାକୁ ସିଏ , " ଆ_ଗେଣ୍ଡା "

ହୋଇ ହୋ ! କ'ଣ ଭାବିଛ ଆମ୍ଭଙ୍କୁ !

ଚାରି ଚାରି ଥର ମନ୍ତ୍ରୀ ହୋଇ ମୁଁ,

ପ୍ରଗତି ପଥରେ ଆଗେଇ ନେଇଛି ଓଡ଼ିଶା ମାଟିକୁ

ହୋଇ ହୋ ! କ'ଣ ଭାବିଛ ଆମ୍ଭଙ୍କୁ !

ସନମାନ, ଫନ୍_ମାନ କିଛି ନାହିଁ

ସମ୍ବୋଧନ ପୁଣି ," ଆ_ଗେଣ୍ଡା "

ପେଟ୍ରୋଲ ପ୍ରାୟ ରାଗଟା ନେତାଙ୍କ, ଚରିଗଲା ନାକ ଶଣ୍ଢା,

ରାଗ ଜର୍ଜରିତେ ନେତାଜଣଙ୍କ ଉଠିଲେ ଚିହିଁଙ୍କି

କରି ଟିକିଏ ଚିଙ୍କା ଛିଙ୍କି, ଝିଙ୍କାଝିଙ୍କି

କହିଲେ, " ରଖ ରଖ ତୁମ ଉଦଘାଟନ

ଘରକୁ ଯିବି ମୁଁ,

ବାହାର କର ମୋ ମହିଷି ମୁଣ୍ଡିଆ ଯାନ" (Yamaha FZ)

ଆମ ପରି ଏକ ଟାଣୁଆ ନେତାଙ୍କୁ ନାହିଁ ଟିକେ ସନମାନ

ରଖ ରଖ ତୁମ ଉଦଘାଟନ, ରଖ ରଖ ତୁମ ଉଦଘାଟନ ।।


Rate this content
Log in

Similar oriya poem from Abstract