STORYMIRROR

Banalaxmi Mohanty

Abstract Inspirational

2  

Banalaxmi Mohanty

Abstract Inspirational

ନଦୀ

ନଦୀ

1 min
145


ପର୍ବତ ଗହ୍ବରୁ ଜଳ ଉତ୍ସଟିଏ

   ଧୀରେ ଧୀରେ ଝରି ଆସେ

ପଥେ ଆସେ ଯେତେ ବାଧାବିଘ୍ନ ସବୁ

  ଅତିକ୍ରମେ ସେ ହରଷେ।। 


ସବୁ ଝରଣାଟି ସ୍ଥଳ ଭାଗ ଛୁଇଁ 

   କାୟାତା , ଵିସ୍ତାରି ଥାଏ

ନଦୀ ନାମ ବହି ଆଗକୁ ବଢେସେ

   ମନେ ଶୋଚନା ନଥାଏ।।


ନଦୀ ଦୁଇ ପାଶେ ସବୁଜ ବନାନୀ 

   ସୁନ୍ଦର ଜନ ବସତି

ଜଳ ଦାନ କରେ ଜଗତ ହିତରେ

   ଉଦାର ତାହାର ଛାତି।। 


ନଦୀରୁ ମିଳଇ ସୁମଧୁର ଜଳ

   ପ୍ରାଣୀଙ୍କର ତୃଷା ହରେ

ତା,ଗର୍ଭରୁ ମାଛ ଧରିଣ ଧୀବର

  କୁଟୁମ୍ବ ପାଳନ କରେ।। 


ନାଆ ମେଲିଦେଇ ତାହାରି ଗର୍ଭରେ

    ଲୋକଙ୍କୁ ପାରି କରାଏ

ନଦୀ ଏପାରିରୁ ସେପାରିରେ ଛାଡି

   ପାରିଶ୍ରମିକ ସେ ପାଏ।। 


ନଦୀ ଜଳ ପାଇଁ କ୍ଷେତରେ କୃଷକ

    ଫଳାଏ ସୁନା ଫସଲ

ଜଗତ ହିତରେ ବିତରି ଦିଏ ସେ

   କେ ହବ ତା,ସମତୁଲ ?


ନଦୀ ଶିକ୍ଷାଦିଏ ମାନବ ଜତିକୁ

   ପରହିତେ ବ୍ରତୀ ହୁଅ

ଯେତେ ବାଧା ବିଘ୍ନ ଆସିଲେ ପଥରେ

   କେବେ ଅଟକି ନଯାଅ।। 


ବନ୍ଧୁର ପଥକୁ ଅତିକ୍ରମ କରି 

    ଆଗକୁ ମୁଁ ଧାଇଁଥାଏ

ଲକ୍ଷ ପଥେ କେବେ ନହୋଇ ବିଚ୍ୟୁତ

   ସାଗରରେ ମିଶିଥାଏ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract