STORYMIRROR

Prasanna Kumar Das

Abstract Inspirational

4  

Prasanna Kumar Das

Abstract Inspirational

ଵନ୍ଧୁ

ଵନ୍ଧୁ

1 min
270


ଅସାମାଜିକ ସେ ବନ୍ଧୁ ନାହିଁ ଯାର ।

କାହୁଁ ସେ ବୁଝିବ ବନ୍ଧୁର ବେଭାର ।୧।

ମଣିଷ ବୋଲାଏ ସାମାଜିକ ପ୍ରାଣୀ ।

ସାହି ଭାଇ ବନ୍ଧୁ ବଞ୍ଚେ ସଙ୍ଗେ ଘେନି ।୨।

ଉତ୍ସବେ ବ୍ୟସନେ ଦୃର୍ଭିକ୍ଷେ ଵୀପ୍ଳଵେ ।

ରାଜ ଦ୍ବାରେ ଶ୍ମଶାନରେ ସଙ୍ଗେ ଥିବେ।୩।

ହସି ହସି ଦୁଃଖ ସୁଖ ଯାଏ ବିତି।

ବିପଦେ ସମ୍ପଦେ ଵନ୍ଧୁ ଥିଲେ ସାଥୀ।୪।

ନବଧା ଭକ୍ତିର ସାଖ୍ୟ ଭାବ ଏକ।

ସୁଧାରଇ ଭକ୍ତ ଲୋକ ପରଲୋକ।୫।

ବନ୍ଧୁ ମହାନ୍ତିଙ୍କ ବନ୍ଧୁ ଜଗନ୍ନାଥ।

ଦରିଦ୍ର ସୁଦାମା ବନ୍ଧୁ ନନ୍ଦସୁତ।୬।

ବନ୍ଧୁତାର ଅବା କି ଦେବା ଉପମା।

ନ ଲୋଡ଼େ ବନ୍ଧୁତା ବୟସର ସୀମା ‌।୭।

ଜାତି ପନ୍ଥ ଧର୍ମ କଳା ଗୋରା ବର୍ଣ୍ଣ।

ଭେଦ ଭାବ ନାହିଁ ବନ୍ଧୁ ଦେଖେ ମନ।୮।

ପ୍ରୀତିର ଅଗାଧ ରସମୟ ସିନ୍ଧୁ ।

ବିଶ୍ବାସ ବୋଇତେ ଭାସମାନ ବନ୍ଧୁ।୯।

ସେ ବିଶ୍ବାସ ରସ ଅମୃତ ସମାନ।

ଅବିଶ୍ବାସ ଗର୍ବେ ବନ୍ଧୁ ଭାଵ ଛିନ୍ନ।୧୦।

ରାମ ପ୍ରିୟ ବନ୍ଧୁ ଅନୁଜ ଲକ୍ଷ୍ମଣ।

ଦଶାନନ ଶତ୍ରୁ କିମ୍ପା ବିଭୀଷଣ।୧୧।

ବିଶ୍ବାସରେ କେବେ ନକର ଆଘାତ ।

ଆଜୀବନ ତିଷ୍ଠି ରହିବ ବନ୍ଧୁତ୍ବ।୧୨।

    


Rate this content
Log in

Similar oriya poem from Abstract