ନବକୃଷ୍ଣ ଚୌଧୁରୀ
ନବକୃଷ୍ଣ ଚୌଧୁରୀ
ଉଣେଇଶ ଏକ ମସିହାର ନଭେମ୍ବର
ମାସ ତେଇଶି ରେ
ଜନମିଥିଲ ହେ ବିପ୍ଳବୀ ବୀର
ପଦ୍ମାବତୀଙ୍କ ଗର୍ଭରେ ।
ପିତାଙ୍କର ନାମ ଗୋକୁଳାନନ୍ଦ ସେ
ଓକିଲ ଓ ଜମିଦାର
ପାଠ ପଢୁ, ପଢୁ, ଗାନ୍ଧୀଙ୍କ ପ୍ରେରଣା
ପାଇ ରାଜନୀତି କଲ ।
ସାବରମତୀ ରେ ତାଲିମ୍ ପାଇଣ
ହୋଇଗଲ ରାଜନେତା
ଭାରତ ଛାଡ଼ ଆନ୍ଦୋଳନରେ ଜେଲ୍
ଯାଇଥିଲ ମହାମତ୍ତା ।
ଓଡିଶା ର ନିଷ୍କଳଙ୍କ ମୁଖ୍ୟମନ୍ତ୍ରୀ
ହୋଇ ରଖିଅଛ ଯଶ
ପଦବୀ, କ୍ଷମତା, ବିଳାସ, ବ୍ୟସନ
କରି ପାରିଲାନି ବଶ ।
ଆଦର୍ଶର ମହା ବ୍ୟକ୍ତିତ୍ଵ ଓ ସ୍ବଚ୍ଛ,
ସଚ୍ଚୋଟ ମହାପୁରୁଷ
ଅନ୍ୟାୟ, ଅନିତି, ବିରୁଦ୍ଧରେ ଲଢି
ଜମିଦାରୀ ପ୍ରଥା ଲୋପ ।
ଜମିଦାର ଘରେ ଜନ୍ମିଣ ଭୂଦାନ
ଆନ୍ଦୋଳନ କୁ କରିଲ
ଲଙ୍ଗଳ ଯାହାର, ଜମି ଯେ ତାହାର
ମଠ ଧନ, କୋଠ କଲ ।
ଜମିଦାର କଚେରୀ କୁ ବର୍ଜନ ଓ
ଦଳିତ ଉପେକ୍ଷିତ ଙ୍କୁ
ମୁଖ୍ୟ ସ୍ରୋତକୁ ଆଣିବା ଲାଗି କେତେ
କଷ୍ଟ ଦେଇଛ ନିଜକୁ ।
ହେ ଚୀର ନମସ୍ୟ, ଯୋଗଜନ୍ମା
ସୂ ପୁରୁଷ, ଓ ସଂଗ୍ରାମୀ ନେତା
ଓଡ଼ିଆ ଭାଷାକୁ ଆନ୍ଦୋଳନ କରି
ରାଜଭାଷା ର ମାନ୍ୟତା ।
ମୌଳିକ ଶିକ୍ଷାକୁ ଗୁରୁତ୍ଵ ଦେଇଣ
ବେଠି ବନ୍ଦ, ଭେଟି ବନ୍ଦ
ଆନ୍ଦୋଳନ କରି ଜୀବନ କଟିଲା
ଓଡ଼ିଶା ଆକାଶ ଚନ୍ଦ୍ର ।
