Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ନବଦୁର୍ଗା

ନବଦୁର୍ଗା

1 min
162



ନବରାତ୍ରି ନବଦୁର୍ଗା ନବୀନ ରୂପ

ଉଛୁଳଇ ମନ୍ତ୍ର ତନ୍ତ୍ର ପୂଜା ମଣ୍ଡପ

ମାଆଙ୍କ ମଙ୍ଗଳ ଗୀତି ମହିମା ଗାନ

ମହକଇ ଧୂପ ଦୀପ ଚୁଆ ଚନ୍ଦନ

ମାଟିରୁ ଆକାଶ ହସେ

ଚଉଦିଗ ନୂଆ ଦିଶେ

ମାଆଙ୍କର ଆଗମନେ

ମାଆଙ୍କର ଆବାହନେ

ପୁଲକିତ ପ୍ରାଣେ ମିଳେ ଶାନ୍ତି ଅମାପ ।


ପ୍ରଥମରେ ଶୈଳପୁତ୍ରୀ ଗିରି ନନ୍ଦିନୀ

ଦ୍ଵିତୀୟରେ ମାଆ ମୋର ବ୍ରହ୍ମଚାରିଣୀ

ତୃତୀୟରେ ଚନ୍ଦ୍ରଘଣ୍ଟା ସିଂହବାହିନୀ

ଦଶଭୂଜା ଦୁର୍ଗା ମାଗୋ ଦୁଃଖ ହାରିଣୀ

ଚତୁର୍ଥେ କୁଷ୍ମାଣ୍ଡା ମାତ

ହସରୁ ବ୍ରହ୍ମାଣ୍ଡ ଜାତ

ଅଷ୍ଟଭୂଜେ ସୁଶୋଭନ

ଶଙ୍ଖ ଚକ୍ର ଗଦା ପଦ୍ମ 

ଜପାମାଳି କମଣ୍ଡଳୁ ଅମୃତ ଘଟ ।


ସ୍କନ୍ଦ ମାତା ପଞ୍ଚମରେ ଶକ୍ତି ଦାୟିନୀ 

ସ୍କନ୍ଦ ଯେ କାର୍ତ୍ତିକ ତାଙ୍କ ତୁମେ ଜନନୀ

କାତ୍ୟାୟନ ମୁନି କନ୍ୟା ମା କାତ୍ୟାୟନୀ

ଷଷ୍ଠରେ ତୁମରି ପୂଜା ଭବ ଭବାନୀ

ସପ୍ତମରେ କାଳରାତ୍ରୀ

ଅଷ୍ଟମ ରେ ମହା ଗୋୖରୀ

ଶ୍ବେତ ବସ୍ତ୍ର ପରିହିତା

ଗୋୖର ବର୍ଣ୍ଣା ଚତୁର୍ଭୁଜା 

ପଦ୍ମାସନୀ ଶିଦ୍ଧିଦାତ୍ରୀ ନବମେ ମାତ ।


ମାଆଙ୍କ ପୂଜା ଅର୍ଚ୍ଚନା ଉପାସ ବ୍ରତ

ହୁଅଇ ଆନନ୍ଦ ମୟ ଜୀବନ ସ୍ରୋତ

ମନ ଧ୍ୟାନ ଢାଳିଦେଲେ ପାଦ ପଦ୍ମରେ 

ଦୂରିତ ହୁଅଇ ଦୂର ତାଙ୍କ ଦୟାରେ

ଦୟା ମୟୀ କ୍ଷମା ମଯୀ

ଶକ୍ତି ମୟୀ ଭକ୍ତି ମୟୀ

ମମତା ର ପାରାବାର

ସ୍ନେହ ର ଅଶୁଖା ଝର

ଦୟା ବହି ଦୂରକର ଦୁଃଖ ସନ୍ତାପ ।


Rate this content
Log in

Similar oriya poem from Classics