ହେ କଳା ଗୋସେଇଁ
ହେ କଳା ଗୋସେଇଁ
ନୂଆ ବରଷରେ ନୂଆ ସ୍ୱର ଧାରେ
ତମ ନାମ ଗାଉ ଥିବି
ତମରି କୃପାରେ ସଂସାର ସାଗରେ
ନାବିକଟେ ମୁଁ ହେବି ।
ଆସୁ ଯେତେ ବାଧା ନାହିଁ ମୋର ଚିନ୍ତା
ତମେ ମୋର ସର୍ବେ ସର୍ବା
ତମରି ଆଶିଷେ ତମରି ପରଷେ
କରିବି ସୁଖ ସଉଦା ।
ଶୀତ ସକାଳରେ ଶିଶିର ଟୋପାରେ
ତମକୁ ମୁଁ ଦେଖୁ ଥିବି
ତମରି ଭଜନେ ମୋର ମନ ପ୍ରାଣେ
ତମକୁ ମୁଁ ବାରୁ ଥିବି ।
ଆହେ ଦିନ ବନ୍ଧୁ ଆହେ କୃପା ସିନ୍ଧୁ
ଦିଅ ତମ ଦ୍ୱାରେ ସ୍ଥାନ
ତମରି ଭାବରେ କଳ୍ପ ବଟ ମୂଳେ
କରୁ ଥିବି ତୁମ ଗାନ ।
ଧନ, ଜନ ମୋର ନୁହଁ ଆପଣାର
ତମେ ମୋର ସବୁ କିଛି
ସକାଳ ଧୂପରେ ସଞ୍ଜ ସଳିତାରେ
ତମ ମୁଖ ଦେଖେ ନିତି ।
ଏତିକି ଗୁହାରୀ ଶୁଣ ଗିରିଧାରୀ
କରି ଦିଅ ତମ ଭକ୍ତ
ନବ ବରଷରେ ତମରି ଭାବରେ
ହୋଇ ଯାଏ ମୁହିଁ ମୁଗ୍ଧ ।