STORYMIRROR

Sambit Srikumar

Classics Inspirational

4  

Sambit Srikumar

Classics Inspirational

ବୋଝ

ବୋଝ

1 min
270


ବେଳେ ବେଳେ ଏଇ ଜୀବନଟା ଲାଗଇ

କାହିଁକି ମସ୍ତବଡ଼ ବୋଝଟିଏ ପରି

ଦୁଃସହ୍ଯ ଯାତନା ସହି ଚାଲିବାକୁ ହୁଏ

ବଞ୍ଚିବା ପାଇଁକି ଆଖିରେ ଲୁହ ଭରି।

"ମୁଁ"କାରର ପଥର ତଳେ ଚାପି ହୋଇ

ପ୍ରାଣପକ୍ଷୀ ଭୋଗୁଥାଏ ନାନା ଦୁଃଖ କଷ୍ଟ

ଆହା ପଦେ କେହି କହିବା ତ ଦୂର କଥା

ଆପଦେ କେହି ବି ନଚାହେଁ ତାହାର ମୁଖ।

ଜୀଉଁଥାଏ ଆଜନ୍ମ ବନ୍ଦୀର ଜୀବନ ମଣିଷ

ପଦ ପଦବୀ ପାର୍ଥିବ ପଦାର୍ଥ ମୋହରେ

ପୋଶିଥାଏ ନାନାଦି ଭୁତାଣୁ - ଜୀବାଣୁ - ବୀଜାଣୁ

ମଖମଲି ଚମଡ଼ା ଆଚ୍ଛାଦିତ ଶରୀର ବୃକ୍ଷରେ।

ଅର୍ଜନର ନିଶା - ଅର୍ଜିତ ସମ୍ପତ୍ତି ମଧ୍ଯରେ ଦୋଳି

ଖେଳୁଥାଏ ଏଠି ମଣିଷ ହାଃ ହତାଶାରେ

ଅପତ୍ଯବର୍ଗର ବନ୍ଧନ ମୋହରେ ଜୀଇଁବାକୁ

ପଡେ ଯାହା ସଂସାରର ଲୋକାଚାର ଦାୟରେ।

ଅନିତ୍ୟ ଅସାର ସଂସାରର ମାୟା ମିରିଗ

ପଛରେ ଧାଇଁ ଧାଇଁ କଟିଯାଏ ଅମୂଲ୍ୟ ଦାନ

ଚାହୁଁ ଚାହୁଁ ସର୍ବସ୍ୱାନ୍ତ ହେବାର ଆଶଙ୍କାରେ

କଟୁଥାଏ ତା'ର ସଂସାରେ ବାକିଥିବା ଦିନ।

ସତରେ କଣ ଅନ୍ତରାତ୍ମା ଆମ୍ଭର

ଶୁଦ୍ଧାନ୍ତକରଣରେ ସନ୍ତୁଷ୍ଟ ଏଇ ଦୁନିଆରେ

ସବୁ କିଛି ବୃଥା ନିରର୍ଥକ ଜାଣି ବି

କାହିଁ ମନ ମାତେ ପାପର କାଦୁଅ ପଙ୍କରେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics