STORYMIRROR

Papu parida

Abstract Classics Others

4  

Papu parida

Abstract Classics Others

କୋରନା ଦଣ୍ଡଯାତ୍ରା

କୋରନା ଦଣ୍ଡଯାତ୍ରା

1 min
190

ବାଜିଥାନ୍ତା ଭାଇ ଘଣ୍ଟ-ହୁଳହୁଳି ଆଜି

ବାଜିଥାନ୍ତା ଭାଇ ଢୋଲ

ଗାଁ ଆଜି ମୋର ନିଶବ୍ଦ ଲାଗୁଛି

କୋରନା ତମେ କଣ କଲ।


ଖାଇଥାନ୍ତୁ ଭୋଗ ଦେଖିଥାନ୍ତୁ ନାଚ

ପିଇଥାନ୍ତୁ ଭାଇ ପଣା

ସବୁ ଆଶା ଆମ ଆଶାରେ ରହିଲା

କାରଣ ତୁମେ ହିଁ କୋରନା।


ମା ମୋର ଆଜି ଦଣ୍ଡୁଆଙ୍କୁ ଧରି

କରିଥାନ୍ତେ ବାଟବରଣ

ତୁମେ ହିଁ କୋରନା କାହିଁ ଆଣିଦେଲ

ଏ ନୂତନ ଧରଣର ମରଣ।


ପଲପଲ ଲୋକ ଗଣ୍ଡାଗଣ୍ଡା ପସରା 

ଛୁଟିଥାନ୍ତେ ମୋ ଗାଆଁକୁ

ତୁମ ଲାଗି ଆଜି କେହିବି ନାହାନ୍ତି

ଦୁଃଖ ମୋ କହିବି କାହାକୁ।


ଭାବୁଛକି ତମେ ଆକ୍ରାନ୍ତ କରି କି

ମାରିଦେଵ ଓଡ଼ିଶାବାସୀଙ୍କୁ

ମା ଆଶୀର୍ବାଦ ଅଛି ଆମ ମଥାରେ

ଫୋଫଡ଼ି ଦେବୁହେଁ ତୁମକୁ।


ମାନୁଅଛୁ ଆମେ ଲକ ଡାଉନୁକୁ

ରଖୁଛୁ ସାମାଜିକ ଦୂରତା

ବହୁଶିଘ୍ର ତୁମେ ଛାଡି ଚାଲିଯିବ

ମିଳିବନି ହେ ଅତା ପତା।


ଧୋଇଦେଇ ହାତ ପିନ୍ଧି ଦେଇ ମାସ୍କ

କମାଇବୁ ତୁମ ପ୍ରଭାବ

ଛାଡି ଚାଲିଯାଏ ଖୁବଶୀଘ୍ର ତୁମେ ନହେଲେ

ଦେବୁହେଁ ଉଚିତ ଜବାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract