Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

କବିତା ଆଳାପ-36 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -1 : ଯନ୍ତ୍ରଣା :

କବିତା ଆଳାପ-36 : (ପଞ୍ଚମ ସପ୍ତାହ) ଅମିତ୍ରାକ୍ଷର କବିତା -1 : ଯନ୍ତ୍ରଣା :

1 min
226


ଯନ୍ତ୍ରଣା କାହାକୁ କେବେ କହି ଆସେନାହିଁ,

ସଂଯମହୀନ, ବିଶୃଙ୍ଖଳା ଆଉ ଲୋଭ ତା'ର ବୀଜ,

ବିଜ ଦିନେ ବୃକ୍ଷହୋଇ ଝଡ଼ାଏ ତା' ଫଳ,

ସେ ଫଳର ଗୁଣ-କର୍ମ ଯନ୍ତ୍ରଣା ହିଁ କେବଳ ଯନ୍ତ୍ରଣା |


ଯନ୍ତ୍ରଣା ବିହୀନ ଥାଏ ଜୀବ ତନୁ-ମନ,

ତାକୁ ଆମେ ଉତ୍ତେଜିତ କରୁ ଜାଣିଜାଣି;

ମାନସିକ ଯନ୍ତ୍ରଣାତ ଦିଏ ଧନବଳ,

ଶାରୀରିକ ଯନ୍ତ୍ରଣାକୁ ସେହି ଧନକରେ ଆମନ୍ତ୍ରଣ |


ଧନ ଜନ ମାନ ଥାଉ ପର୍ଯ୍ୟାପ୍ତ-ଅମାପ,

ଯନ୍ତ୍ରଣାରେ ବନ୍ଦୀହୁଏ ସମାଜର ଶ୍ରେଷ୍ଠଜୀବ,

ସୁଖ-ସଂପଦ କଦାପି ନୁହେଁ ଚିରନ୍ତନ,

ସୁଖ ପଛେ ଲୁଚି ରହିଥାଏ- ମହାଦୁଃଖ,

ସଂପଦ ବି ବିପଦକୁ ଟାଣି ଆଣେ ଧୀରେ |


ସୂର୍ଯ୍ୟ ରଖିଛି କିରଣ ଆଲୋକର ରଶ୍ମି,

ତାପ ବି ରଖିଛି ଜାଳିଦେଇପାରେ ବିଶ୍ୱ;

ସଂଯମତା ନ୍ୟାୟ-ନୀତି ଶୃଙ୍ଖଳାରେ ଥାଇ,

ସୂର୍ଯ୍ୟ ଆଲୋକିତ କରେ ସୁନ୍ଦର ସୃଷ୍ଟିକୁ |


ମଣିଷର ଦିବ୍ୟଜ୍ଞାନ ଦେଖି ଭଗବାନ,

ଯନ୍ତ୍ରଣାରୁ ମୁକ୍ତି ପାଇଁ ଦେଖାନ୍ତି ଉପାୟ |


Rate this content
Log in

Similar oriya poem from Classics