STORYMIRROR

Ajit Kumar Raut

Classics

4  

Ajit Kumar Raut

Classics

ସମୟ

ସମୟ

1 min
281


ସମୟର ଚକ୍ର ଅତି ଭୟଙ୍କର

ନ ପାରନ୍ତି ବୁଝି କେହି

ସମୟ ଆସିବ କିପରି ଆସିବ

ଜାଣି ନ ପାରନ୍ତି କେହି।୧।

ପ୍ରଭୂଙ୍କ ଭିଆଣ ସମୟର ଚକ୍ର

କେବଳ ସେହି ଜାଣନ୍ତି

ଦୁଖ ସୁଖ ମଧ୍ୟ ତାଙ୍କରି ଭିଆଣ

ତାହାଟି ସେହି ଜାଣନ୍ତି।୨।

ଯାହା କିଛି ହୁଏ ଏହି ଭୁମଣ୍ଡଳେ

ସମୟର ଅନୁଯାୟୀ

ସବୁ କିଛି ପ୍ରଭୁ ଲେଖି ଦେଇ ଛନ୍ତି

ବ୍ରହ୍ମାଣ୍ଡର ଅନୁଯାୟୀ।୩।

ପ୍ରଭୁଙ୍କ ନିର୍ଦ୍ଦେଶ ଗତୀମାନ ହୁଏ

ଏହି ଚରାଚର ପୄଥି

ସମୟର ଗତି ମାଡିଆସେ ପୁଣି

କେହି ନ ବୁଝନ୍ତି ସାଥୀ।୪।

ଭାଗ୍ୟର ଲିଖନ ଅବଶ୍ୟ ଘଟିବ

ଧାତା ଲେଖି ଅଛି ଯାହା

ଭକ୍ତି ବଳେ ଯାହା ସମ୍ଭବ ହୋଇବ

ପ୍ରଭୁ କରିବେ ହିଁ ତାହା।୫।

ନିସ୍ବାର୍ଥ କର୍ମରେ କର୍ମୀକ ହୋଇଣ

କର୍ମ କରୁଥିବା ନିତ୍ୟେ

ସମୟ ଆସିବ କିପରି ଆସିବ

ନକରଟି ଚିନ୍ତା ନିତ୍ୟେ।୬।

ନିସ୍ବାର୍ଥ କର୍ମରେ ନିସ୍ବାର୍ଥ ପ୍ରେମରେ

ଜନସେବୁ ଥିବା ନିତ୍ୟେ

ଦୁଃଖୀ ଜନଙ୍କର ଦୁଃଖର ଅଶ୍ରୁକୁ

ପଛି ଦେଉ ଥିବା ନିତ୍ୟେ।୭।

ସମୟର ଚକ୍ର ଅତି ଭୟଙ୍କର

ନ ପାରନ୍ତି ବୁଝି କେହି

ସମୟ ଆସିବ କିପରି ଆସିବ

ଜାଣି ନ ପାରନ୍ତି କେହି।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics