Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Classics

4  

Tikeshwar Sahu

Classics

ସମୁଦ୍ର

ସମୁଦ୍ର

1 min
225



ସୀମାହୀନ ସାଗରର ଲହରୀକୁ ଚିରି,

ମନଡଙ୍ଗା ଯାଏବାହି ସାଗର ସେପାରି |୧|

ଅଥଳ ସେ ଜଳରାଶି ପାଏନାହିଁ କାତ,

ଅକାତ କାତ ପାଣିରେ ଉଡ଼େ ଜୀବନେତ |୨|

ଧରିଅଛି ବସୁନ୍ଧରା ସମୁଦ୍ର ଜଳକୁ,

ଭିନ୍ନ ଦେଶେ ଭିନ୍ନ ନାମ ପ୍ରକାଶ ହେବାକୁ |୩|

ସାଗର ସାଗର ମିଶି ସେ ମହାସାଗର,

ତିନି ଭାଗ ଜଳରାଶି ଅବନୀର ଭାର |୪|

ଉତ୍କଳରେ ମହୋଦଧି ଶ୍ରୀ କ୍ଷୀରସାଗର ,

ସାଗରକନ୍ୟା ଶ୍ରୀଲକ୍ଷ୍ମୀ ଅଟେ ପିତାଘର |୫|

ମହାବିଷ୍ଣୁ ମହାଲକ୍ଷ୍ମୀ ବାସ ଏ ସମୁଦ୍ର,

ସପ୍ତନାଗ ପୃଷ୍ଠଭାଗେ ଶୟନ ଶୁଭଦ |୬|

ପାଳୁଅଛି ସଂସାରକୁ ସାଗର ବେଳାରୁ,

ଆଖିପାଏ ନାହିଁ ତାର ବିସ୍ତାର ଭାବକୁ |୭|

ବିଶାଳ ତା ହୃଦୟକୁ ଦେଇଅଛି ମେଲି,

ସାଗର ଲହରୀ ମେଳେ ହୋଇଅଛି ଖୋଲି |୮|

ଜାହାଜ,ପୋତ ଓ ନାବ ଖେଳେ ତା ବୁକୁରେ, 

ଆନନ୍ଦରେ ମତ୍ସ୍ୟଜୀବୀ ବିଚରଣ ତାରେ |୯|

କେବେ ପ୍ରଶାନ୍ତ ଗମ୍ଭୀର କେବେ ସେ ଅସ୍ଥିର,

ନୀଳଜଳ ଖେଳୁଥାଏ ଆପଣା ନବର |୧୦|

ସାଗର ଜଳ ଧୁଅଇ ଧରଣୀ ଚରଣ,

ମାତାଲୋ ଧରିତ୍ରୀ ତୋର ପାଦରେ ଶରଣ |୧୧|

ଆଖି ପାଏନାହିଁ ଜଳ ସମୁଦ୍ର ବୁକୁର,

ସର୍ବଜନ ମନୋହାରୀ ଲହରୀ କୂଳର |୧୨|

ସମୁଦ୍ର ବେଳାରେ ବସି ଆଙ୍କଇ ତୋ ବେଶ,

ବିଚିତ୍ର ରୂପ ତୋହର ନିନ୍ଦେ କଳାକେଶ |୧୩|

ଜ୍ଯୋତ୍ସ୍ନାବିଧୌତିତ ରଶ୍ମୀ ଜଳେ ପଡ଼େ ଯେବେ,

ତୋ ଜଳରେ ତାରାଫୁଲ ଫୁଟିଉଠେ ସେବେ |୧୪|

ଭାସଇ ବୋଇତ ଧରି ନବ ନବ ରୂପ,

ନୀଳଜଳେ ଛାୟା ପ୍ରାୟେ ଦିଶଇ ସ୍ବରୂପ |୧୫|

ବହୁ ଶାନ୍ତ ନିରିମଳ ତୋର ରୂପକାନ୍ତି,

ଭୀମ ଭୟଙ୍କର ରୂପ ବେଳକାଳ ଦେଖି |୧୬|

କୂଳ ଲଙ୍ଘେ ଜଳ ତୋର ଧରି ଅବପାତ ,

ଜଳଜୀବ ମାନେ ପୁଣି ଗଣନ୍ତି ପ୍ରମାଦ |୧୭|

ଘୂର୍ଣ୍ଣିଝଡ଼ ରୂପ ନେଉ ତୋହରି ବୁକୁରେ,

କୂଳ ପ୍ରଦେଶ ବୁଡ଼ାଉ ପ୍ରକୃତି ଛାତିରେ |୧୮|

ମହାସାଗର ଧରିଛୁ ଅକଳନ ମଣି,

ରତନ ଗରଭା ତୁହି କେ ପାରିବ ଗଣି |୧୯|

ମହୋଦଧି ସମୁଦ୍ର ସାଗର ପାରାବାର,

ବାରାନିଧି ବାରିଧି ତୁ ଜଳନିଧି ସାର |୨୦ |



Rate this content
Log in

Similar oriya poem from Classics