ନିର୍ବୋଧ ସୁଖ
ନିର୍ବୋଧ ସୁଖ
ନୟନେ ପଡ଼ଇ ଲୋଲୁପ ଦୃଷ୍ଟି
ଧନ ଦୌଲତ ଦେଖି ଆତ୍ମସନ୍ତୁଷ୍ଟି
କଣ୍ଣେ ପଡୁଥିବ ସଦା ନିଜ ବଢିମା
ମୁଖେ ବାଡୁଥିବ ନିଜ ଗରିମା
ନାକେ ଚାଲୁଥାଉ ଅହରହ ନିଶ୍ୱାସ
ମରଣ କୁ ତାର ନାହିଁ ବିଶ୍ୱାସ
ଜିହ୍ଵା ଚାହୁଁ ଥାଏ ଭୋଗ ଲାଳସା
ଜନୈଦ୍ରୀୟ ସଦା କାମ ବାସନା
ସୁଖେ ଚୌହଦୀ ବନ୍ଧା ଜୀବନ
କ୍ଷଣିକ ସୁଖରେ ମାୟା ସେ ଜନ
ଦଃଖ ବୋଲି ତମେ ଯାହାକୁ କୁହ
ସୁଖ ପ୍ରତିଶଦ୍ଦ ତା ପାଇଁ ନୁହଁ
ମାୟା ମାରୀଚ ଧାଏଁ
ଭାଵେ ସୁନା ହରିଣ
ଵ୍ୟାଘ୍ର ହସ୍ତେ ଯେହ୍ନେ ସୁନା କଙ୍କଣ
ତାକୁ ଦୃଶ୍ୟମାନ ସଂସାର ଦୁଃଖୀ
କେବଳ ଅଟଇ ସେ ଏକା ସୁଖୀ
ମୋ ଠାରୁ ଚତୁର ଜଗତେ ନାହିଁ
ଉପର ପାହାଚ ତଳକୁ ଲମ୍ବିଛି
ଭୁଲି ସେ କଥା
ମନେ ମନେ ସିଏ ହସଇ
ଏମନ୍ତ ନିର୍ବୋଧ ଭାଵେ ସୁଖୀ ଜୀବନ
ଅକର୍ମ କୁ ଦେଖି କର୍ମ କରେ ରୋଦନ
ଦୁଃଖ ହସୁଥାଏ ଦେଖି ଅଜ୍ଞାନ
କ୍ଷଣିକେ ଏ ସୁଖ ହୁଏ ଉଭାନ