STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

ବିରହିନୀ ୨୦୨୦

ବିରହିନୀ ୨୦୨୦

1 min
186

 

ଆଗୋ ବିରହିନୀ କୋଡିଏ କୋଡିଏ 

ତୁମେ ଦେଲ କେତେ ଅନୁଭୂତି

କେତେ ଯେ ଘଟଣା କେତେ ଦୁର୍ଘଟଣା

ମଧ୍ୟେ ବରଷଟି ଗଲା ବିତି।


ଆଣିଥିଲେ ତୁମେ ଆଶା ଓ ଉଲ୍ଲାସ

ଭାବନାରେ ଥିଲା ଯେ ଉନ୍ନତି

ବଣଭୋଜିର ବିଭୋର ମୁହୂର୍ତ୍ତ ସଙ୍ଗେ

ଦେହଥରା ସେ ଶୀତୁଆ ରାତି।


ସାପ ବେଙ୍ଗଖିଆ ପ୍ରଦେଶ ମଧ୍ୟରୁ

ଆଣିଲ ଯେ କୋରନା ରାକ୍ଷସ

ଭୟଭୟତାର କଳା ବାଦଲରେ

କଳୁଷିତ ହେଲା ଆକାଶ।


ଜୀବନ ଜିଇଁଲେ ନୂଆ ପ୍ରକାରରେ

ବଦଳିଲା ପୃଥିବୀର କାହାଣୀ

ବାନ୍ଧିଲେ ସଭିଏଁ ମୁହଁରେ ତୁଣ୍ଡି ଓ 

ହାତେ ସାନିଟାଇଜର ପାଣି।


ସ୍ଥିର ହୋଇଗଲା ଜୀବନ ଧାରା ଯେ

ସର୍ବେ ହୋଇଗଲେ ଗୃହବନ୍ଦି

ଲକଡାଉନର ମାୟାଜାଲ ମଧ୍ୟେ

ଆମେ ସଭିଏଁ ହୋଇଲେ ଛନ୍ଦି।


ଦୁରେଇ ଦୁରେଇ ସଭିଏଁ ରହିଲେ

ବଦଳିଲା ଜୀବନର ମାନେ

ଜୀବନ ଜୀବିକା ସବୁ ହଜିଗଲା

ଦୁଃଖ ସମ୍ଭାଷଣ ପ୍ରତି କାନେ।


କଟକଣା ମଧ୍ୟେ କଟିଲା ଜୀବନ

ଅମାନିଆଙ୍କୁ ପୋଲିସ ବେତ

ଦିନମଜୁରିଆ ଆଉ ଖଟି ଖିଆ

ସହିଲେ ଯେ ବଡ଼ ଆଘାତ।


ତତଲା ରାସ୍ତାରେ ନ ଖାଇ ନ ପିଇ

ଦାଦନ ଶ୍ରମିକ ଚାଲିଲେ

ପାଦରେ ଫୋଟକା ପେଟରେ ଯନ୍ତ୍ରଣା

ନିଜ ଜୀବିକାକୁ ବି ଭୁଲିଲେ।


ସୋନୁ ସବ୍ୟ ଭଳି କେତେ ବରପୁତ୍ର

ଆସିଲେ ସାଜି ଦେବ ଦୂତ

ସାହାର୍ଯ୍ୟ  ତାଙ୍କର  ରହିବ  ଅମର

ଲେଖିଲେ ନିଜନାମେ ଭବିଷ୍ୟତ।


ମନ୍ଦିର ମସଜିଦ ତାଲା ଝୁଲିଗଲା 

ଭକ୍ତ ଦେବତା ମଧ୍ୟରେ ବାଡ଼

ଗଡ଼ିଲା ସିନା ଯେ ବଡ଼ଦାଣ୍ଡେ ରଥ

କିନ୍ତୁ ଭକ୍ତକୁ ନହେଲା ଛାଡ଼।


ଥାଳି ବି ପିଟିଲେ ଦୀପ ବି ଜାଳିଲେ

ଗାଇଲେ ଜାତୀୟ ସଙ୍ଗୀତ

ନିରୂପାୟ ପ୍ରାୟ ଜନତା ଓ ନେତା 

ହେଲା ନାହିଁ ସେ ଆୟତ୍ତ।


କେବଳ କୋରନା ଆଣି ନାହଁ ତୁମେ

ଆଣିଛ ବାତ୍ୟା ଓ ଝଡି

ବିଶାଖାପାଟଣା ଗ୍ୟାସ ଲିକ ସଙ୍ଗେ

ଶସ୍ୟେ ପଙ୍ଗପାଳ ଗଲେ ମାଡି।


ଚାଇନା ସୀମାରେ ଉତ୍ତେଜନା ହେଲା

ସୈନିକ ପାଇଲେ ବିରଗତି

ବ୍ୟାନ ଟିକ ଟକ ଚାଇନା ସାମଗ୍ରୀ

ହେଲା ସ୍ବଦେଶୀଦ୍ରବ୍ୟର ପ୍ରୀତି।


ଚଳାଚଳ ବିନା ଯାନ ଓ ବାହାନ

ବାୟୁ ହୋଇଗଲା ଶୁଦ୍ଧ

ଛଳଛଳ ନଦୀ ନିର୍ମଳ ଆକାଶ

ପ୍ରକୃତି ଜିତିଲା ଯୁଦ୍ଧ।


ନେତା ଅଭିନେତା ସାଧାରଣ ଜନତା

ହାରିଲେ ନିଜର ଜୀବନ

ପୁଅ ଦେଲା ନାହିଁ ବାପା ମୁହେଁ ନିଆଁ 

ଭାଙ୍ଗିଲା ଯେ କେତେ ସପନ।


ଆଗାମୀ ବରଷ ଆଣୁ ସୁଖ ଓ ସମୃଦ୍ଧି

ଆଣୁ ଆନନ୍ଦର ଲହରୀ

ଖୁସିର ବାଦଲ ଧୋଇଦେଉ ଦୁଃଖ

ଘୃଣ୍ୟ ଅନୁଭୂତି ଯାଉ ପାଶୋରୀ।


ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ।



Rate this content
Log in

Similar oriya poem from Classics