STORYMIRROR

Bharatabandhu Biswal

Romance Fantasy Others

3  

Bharatabandhu Biswal

Romance Fantasy Others

ନବବଧୂ

ନବବଧୂ

1 min
208


ଫଗୁଣର ପୂର୍ଣ୍ଣମାସୀ ନହୁଲି ନବବୟସୀ 

ପ୍ରିୟା ମୋ ଫୁଲେଇ ତୋଫା ଜହ୍ନ ,

ମଳୟର ମୃଦୁମନ୍ଦେ ଚନ୍ଦନ ବାସ ମହକେ        ସୁମନେ ତା ଚହଟୁଛି ରଙ୍ଗ ।

ଯୂଈ ଯାଇ ମଲ୍ଲି ମାନେ ମଣ୍ଡିତ ଗଭା

ସାଜିହୋଇ ନବବଧୂ ବେଶେ

ପାଦଥାପି ଆସୁଛି ସେ ଧୀରେ ସନ୍ତର୍ପଣେ

ଓଢଣୀର ଆଢୁଆଳୁ ସ୍ମିତହସ ଦିଶେ ।

କନକିତ ତା ଅଞ୍ଜଳି ପରିପୂର୍ଣ୍ଣ 

ଫୁଲ ଫଳ ଅବିରର ରଙ୍ଗେ

ବରଷୁଛି ଶତଧାର ସ୍ନେହ ପ୍ରେମ ମଧୁଝର

ସମ୍ମୋହିତ ମନପ୍ରାଣ ସେ ରାଗ ପଞ୍ଚମେ ।

ଅଲପିତ ରଙ୍ଗିମାରେ ଆଖିର କଜ୍ଜଳ ଗାରେ

ସୃଜନୀର ଅଙ୍କା ନବନ୍ମେଷ,

ନାଚି ଉଠେ ମନ ପକ୍ଷୀ ଆନନ୍ଦ ଉଲ୍ଲାସେ

ଜୀବନେ ମୋ ଢାଳଇ ପୀୟୂଷ ।


   --


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance