STORYMIRROR

Prahallad Sahoo

Abstract Classics Fantasy

4  

Prahallad Sahoo

Abstract Classics Fantasy

ନବ ଉନ୍ମେଷ

ନବ ଉନ୍ମେଷ

1 min
398

ଅବିସ୍ମୃତି ବିସ୍ମୃତି ସ୍ମୃତିର ଇଲାକା ପରେ

ପ୍ରସ୍ଫୁଟିତ ହୁଏ ମନ ସରସୀ ପ୍ରୀତି ପଦ୍ମ

ପ୍ରକୃତିର ନୈସର୍ଗିକ ପ୍ରାକୃତିକ ସମ୍ଭାର 

ପାଣି, ପବନ, ନିଆଁ, ଆକାଶ, ପୃଥିବୀ

ଯେଉଁଠୁ ମିଳେ ବଞ୍ଚିବାର ଅଦ୍ଭୁତ ଶକ୍ତି

ନୂତନରୁ ନୂତନତ୍ବର ସୁନ୍ଦର ପରିପ୍ରକାଶ

ସୃଜନଶୀଳ ସୃଷ୍ଟିର ଅମୂଲ୍ଯ ଭବିଷ୍ୟତ

ଉନ୍ମୋଚନ ହୁଏ ସୃଷ୍ଟିର ନୂଆ ରହସ୍ଯ ।

ଦୁଇଟି ଆତ୍ମାର ସ୍ବତଃ ଅନୁଚ୍ଚାରିତ ଭାବ

ଉତ୍କଣ୍ଠିତ ଆତ୍ମୀୟତା ଭରା ଭାବାବେଗ

ଦୁଇଟି ଦେହର ଶାସ୍ବତ ମହା ମିଳନ

ମହାଶୂନ୍ୟକୁ ଊର୍ଦ୍ଧ୍ବଗାମୀ ଆଲୋଡନ

ସମ୍ଭାବ୍ଯ ସେ ଅବସମ୍ଭାବୀ ଅବଚେତନ

ଧରାବକ୍ଷେ ନୂତନତାର ସ୍ମାରକି ଅବତୀର୍ଣ୍ଣ

ସ୍ବତଃସ୍ଫୁର୍ତ୍ତ ଉକୁଟି ଉଠେ ଦରୋଦି ସ୍ମିତ ହାସ୍ଯ

ଆଜି ଆମ ଘରେ ଆଗମନ ନୂଆ ସଦସ୍ଯ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract