STORYMIRROR

Tapan Kumar Biswal

Inspirational Others

3  

Tapan Kumar Biswal

Inspirational Others

ନବ ବରଷର ନୂତନ ଆଶା

ନବ ବରଷର ନୂତନ ଆଶା

1 min
180


ନବ ବରଷର ନବୀନ ସୁରୁଜ

ଆଣିଦେଉ ସବୁ ଖୁସି l

ନୂତନ ଆଲୋକେ ଝଲସୁ ଜୀବନ

ସର୍ବେ ଥାନ୍ତୁ ମିଳିମିଶି ll


ଭୁଲିଯାଅ ସବୁ ଦୁଃଖ ଦୁର୍ଦ୍ଦଶାକୁ

ନୂଆ ସମ୍ଭାବନା ପାଇଁ l

ସଂଶୋଧନ କର ଦୋଷ ତ୍ରୁଟି ସବୁ

ଆଶିଷ ଢଳାନ୍ତୁ ସାଇଁ ll



ବିଧିର ବିଧାନ କହିଲେ କି ହେବ

କର୍ମ ଠୁ ବିମୁଖ ହେଲେ l

ଯଶ କୀର୍ତ୍ତି ତୁମ ଅକ୍ଷୁର୍ଣ୍ଣ ରହିବ

ନିଶ୍ଚେ ଭଲ କାମ କଲେ ll



ବୁଣିଦିଅ ତୁମେ ଯେତେ ଶବ୍ଦ ମଞ୍ଜି

ହେଉ ନୂଆ ନୂଆ ଚାରା l

ସାହିତ୍ୟ ଆକାଶେ ଦୃଶ୍ୟମାନ ହେଉ

ଯେହ୍ନେ ନୂଆ ଶୁଭ୍ର ତାରା ll



ମହକି ଯାଉ ସେ ବିଶ୍ୱ ଚାରିଦିଗେ

ପୁଷ୍ପର ସୁଗନ୍ଧ ପରି l

ଉଦିତ ହୋଇବ ଯେ ନୂତନ ସୂର୍ଯ୍ୟ

ଉଜ୍ଜ୍ୱଳ ଆଲୋକ ଧରି ll


Rate this content
Log in

Similar oriya poem from Inspirational