STORYMIRROR

Prasanta Kumar Behera

Romance Fantasy Inspirational

4  

Prasanta Kumar Behera

Romance Fantasy Inspirational

ନବ ବର୍ଷ ସଖି ବନ୍ଦନା.............

ନବ ବର୍ଷ ସଖି ବନ୍ଦନା.............

1 min
381


ଆଜିର ଏ ସନ୍ଧ୍ୟା 

    ଧୀରେ ଯେବେ ମଉଳିବ 

           ଆସନ୍ତା ପ୍ରଭାତ ପାଇଁ 


ତେବେ ଯେବେ 

    ଏ ରାତି ଲୁଚିଯିବ 

        ଆସନ୍ତା ଦିବସ ବିଭାରେ l


ଆଗୋ ବିଭାସିନୀ 

       ବିରହିଣୀ ମୃଗାକ୍ଷୀ 

                ସଖି ମୋର 

 

ତମେ ମନାସିବ 

       ମୋ ପାଇଁ 

            ମଧୁ ପ୍ରୀତି ଝର l


ଆଗୋ ସଖି 

    ତମ ସେଇ ତନୁଶେଯ 

       &

nbsp;    ଫୁଲ ଦୋଳାରେ 


ଗତ କାଲି ଥିଲା 

     ଆମ ପ୍ରେମ ସିନା 

          ପ୍ରେମ ପାଇଁ ଅଧୁରା l


ଆସନ୍ତା କାଲି 

     ଆମେ ଭରିଦେବା 

            ପ୍ରୀତି ରତି ଅବିର


ଆଙ୍କି ଦେବା 

   ଦେହ ଅଙ୍ଗନରେ 

    ଠୋପା ଠୋପା ମନସିଜ ଗାର l


ଆଗୋ ସଖି, 

  ଏବେ ତମ ଜବା ଓଠ 

            ଦେଉ ମତେ ଛୁଇଁ 


ଆଜିର ଏ ସନ୍ଧ୍ୟା 

    ଦେଖ ଏବେ ସଖି 

           ଧୀରେ ଯାଏ ନଇଁ l


Rate this content
Log in

Similar oriya poem from Romance