Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Inspirational

4.5  

Prasanta Beuria

Inspirational

ନୈଷ୍ଠିକ ହିନ୍ଦୁ

ନୈଷ୍ଠିକ ହିନ୍ଦୁ

1 min
255


ଆମ ଘର ପଡୋଶୀ ସିକନ୍ଦର, 

ରୁକସାନାକୁ ନିକାହ କରି ଦିନେ, 

ଘରକୁ ଆଣିଲା । 

ସୁନ୍ଦରୀ ରୁକସାନା ବୁର୍ଖା ପିନ୍ଧି, 

ସୋହର୍ ସହ ଦିନେ ବୁଲି ଆସିଲା, ଆମ ଘରକୁ ।

 

ମୋ ବୋଉ ରାଗିଲା, 

ବୋଉର ରାଗ କୁ ଦେଖି, 

ପ୍ରଥମ ଥର ଆମ ଘରକୁ ଆସିଥିବା 

ରୁକସାନାକୁ ମୋ' ସ୍ତ୍ରୀ ଚା' କପ୍ ଟିଏ ବି,   

ସେଦିନ ଦେଇ ନଥିଲା । 


ସେମାନେ ଫେରି ଗଲାପରେ -

ବୋଉ ଆମକୁ ତୁଳସୀ ପାଣି ପିଆଇଲା,

ଆମ ଉପରେ ଗଙ୍ଗା ଜଳ ଛିଂଚିଲା,

ନନାଙ୍କୁ ଡକେଇ ଆମ ଆଣ୍ଠୁଆ ଗୋପାଳଙ୍କୁ 

ପଞ୍ଚାମୃତରେ ଗାଧୋଇଦେଲା । 

କାରଣ ମୋ ବୋଉ ଜଣେ ହିନ୍ଦୁ ଥିଲା !!


ଆଉ ସେଦିନ ସହରରେ 

ଦଙ୍ଗା ଲାଗିଗଲା । 

ହାତରେ ଲାଠି , ତଳୱାର ଧରି 

ଆମେ ରୁକସାନା ମାନଙ୍କୁ 

ମାରିବାକୁ ଖୋଜିଲୁ । 


ସେମାନେ ବି ଆମ ଘରର 

ଗୌରୀ, ରାଧା ମାନଙ୍କୁ ଲଙ୍ଗଳା 

କରିବାକୁ ଖୋଜିଲେ ।

 

ସହର ଯେତେବେଳେ ଜଳୁଥିଲା, 

ସେତେବେଳେ ମୋ ବୋଉ 

ରୁକସାନାକୁ ଆଣି ଶୋଇବା ଘର 

ଖଟ ତଳେ ଚାଦର ଢାଙ୍କି 

ଦୁଇ ଦିନ ଲୁଚାଇ ରଖିଲା । 


ଆମ ଘରର ପଖାଳ ବଢିଚୁରା, 

ରୁକସାନା ଖାଇଲା,   

ମୋ ବୋଉର କଂସାରେ ।

 

ଭୁତକୁ ମୁଣ୍ଡେଇ ଚାଲୁଥିବା ଲୋକମାନେ, 

ରୁକସାନାକୁ ଖୋଜିଲେ । 

ଘରର ତାଲା ଭାଙ୍ଗି ଦେଖିଲେ, 

ଝଡ ଦେଖି ପକ୍ଷୀ ବସା ଛାଡି ଉଡିଯାଇଛି ।

 

ଦଙ୍ଗା ସରିଲା, 

ସହରକୁ ଶାନ୍ତି ଫେରିଲା । 

ହଜି ଯାଇଥିବା ଲୋକମାନେ 

ପୁଣି ଘରକୁ ଫେରିଲେ ।  

ରୁକସାନାର ମୁଣ୍ଡ ଆଉଁସି ଦେଇ 

ବୋଉ ତାକୁ ତା ଘରେ ଛାଡି ଆସିଲା ।

 

ଆଉ , ଘର ଧୁଆ ପୋଛା କଲା, 

ଆମକୁ ତୁଳସୀ ପାଣି ପିଆଇଲା, 

ଘର ସାରା ଗଙ୍ଗା ପାଣି ଛିଂଚିଲା ।

 

ଆଉ ଗାଧୋଇ ଶାଗ ପଖାଳ 

ଖାଇଲା ସେଇ କଂସାରେ । 

କାରଣ ମୋ ବୋଉ ଥିଲା ଜଣେ ନୈଷ୍ଠିକ ହିନ୍ଦୁ !!  

  

ହିନ୍ଦୁ ଟିଏ ହୋଇ ବି ,

ଭାବେ ସତରେ ମୁଁ କଣ, 

ମୋ ବୋଉ ଠାରୁ ଅଧିକ ହିନ୍ଦୁ ?


Rate this content
Log in

Similar oriya poem from Inspirational