Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics

5.0  

ବି. ନିରୁପମା

Classics

"ନାତୁଣୀ ମୋ ଗୋଟେ ହୀରା"

"ନାତୁଣୀ ମୋ ଗୋଟେ ହୀରା"

1 min
336


ବାର୍ଷିକ ପରୀକ୍ଷା ସରିଗଲା ପରେ

କହିଲି ମୁଁ ଦିନେ ଘରେ ,

"ଏଥରକ ମୁହିଁ ଚାକିରି କରିବି

ହଁ କହିଦିଅ ଥରେ "


ମାଆ କହିଲା-"ତୁ ଏଡ଼ୁଟିଏ ପିଲା

କେ-ଚାକିରି ଦେବ ତୋତେ ,

ପାଠଶାଠ ପଢ଼ି ବଡ଼ହେଲା ପରେ

ଆପେ ମିଳିଯିବ କେତେ "


"ଏବେ କରିବି ମୁଁ ,ଏବେ କରିବି ମୁଁ

ଚାକିରି ଗୋଟାଏ ଦିଅ ,

ନୋହିଲେ କାଲିଠୁ ଖାଇବିନି ଜମା

ଖରାପ ହେଲେ ବି ଦେହ "


କଥାଶୁଣି ମୋର ଜେଜେବାପା ହସି

ଆଉଁଶି ଦେଲେ ମୋ ମଥା ,

କହିଲେ-"ତୁ ଯଦି ଚାକିରି କରିବୁ

ଇଏ ଭାରି ଭଲ କଥା


କାଲି ଠାରୁ ତୋତେ ଚାକିରିଟେ ଦେବି

ଏବେ ନିଶ୍ଚିନ୍ତରେ ଯାଆ ,

ମାଆ ତିଆରିଛି ବିରି ଚକୁଳି ପା'

ମନଭରି ତୋର ଖାଆ "


ପରଦିନ ମୁହିଁ ସଅଳ ଉଠିକି

ନିତ୍ୟକର୍ମ ଦେଲି ସାରି ,

ଜେଜେଙ୍କ ଆଗରେ ହାଜର ହୋଇଲି

କରିବା ପାଇଁ ଚାକିରି


ଜଳଖିଆ ଜେଜେ ଖାଇସାରି ମୋତେ

ବଗିଚାକୁ ନେଲେ ଡାକି ,

କହିଲେ-"ମୁଁ ଯାହା କହୁଛି କରିବୁ

କାମ ରଖିବୁନି ବାକି "


ଜେଜେ ଉପାଡ଼ିଲେ ଗଛମୂଳୁ ଘାସ

ଜମା କଲି ମୁହିଁ ଆଣି ,

ସାନ ବଡ଼ କେତେ ପ୍ରକାର ଗଛରେ

ମିଶି ଦେଲୁ ଦୁହେଁ ପାଣି


କେତେ ନୂଆ ଗଛ ଚିହ୍ନାଇଲେ ଜେଜେ

ଶୁଣିକି ଲାଗିଲା ଖୁସି ,

ସେଦିନୁ ଦି'ଓଳି କାମ କରିଲି ମୁଁ

ତାଙ୍କରି ସହିତ ମିଶି


ବରଷା ଦିନକୁ ଲଗାଇବା ଲାଗି

ସଜାଇଲୁ କେତେ ଚାରା ,

"ଜେଜେଙ୍କଠି ଏବେ ଚାକିରି କରୁଛି"

ଜଣାଇଲି ଗାଆଁ ସାରା


ମୋ କାମରେ ଭାରି ଖୁସିହୋଇ ଜେଜେ

ରାତିକୁ ଶୁଣାନ୍ତି ଗପ ,

ମୋ ସହ ଶୁଣନ୍ତି ସାନଭାଇ ଦୁହେଁ

ହୋଇ ପୂରା ଚୁପଚାପ


ଦିନକୁଦିନ ମୁଁ ପ୍ରକୃତି ସହିତ

ଘନିଷ୍ଠ ହୋଇବା ଦେଖି ,

ବାପା ଆଣିଦେଲେ ପୁରସ୍କାର ଭାବେ

ବହିଟିଏ ମନଲାଖି


"ଆମ ପରିବେଶ ଆମ ହାତରେ" ସେ

ବହିଟିର ପୂରା ନାମ ,

ସୁନ୍ଦର ପ୍ରଚ୍ଛଦ ସହ ରହିଥିଲା 

ସୁହାଇଲା ଭଳି ଦାମ


ଭିତରେ କେତେ ଯେ ଶିକ୍ଷଣୀୟ କଥା

ପଢ଼ିଲି ମୁଁ ମନଦେଇ ,

ଜେଜେଙ୍କ ସହିତ କାମେ ଲଗାଇଲୁ

ସୁସ୍ଥ ପରିବେଶ ପାଇଁ


ଚାକିରିଟା ମୋର ସ୍ଥାୟୀ ହୋଇଗଲା

ହେଉ ଶୀତ ,ବର୍ଷା, ଖରା ,

ଖୁସିରେ ସଭିଙ୍କୁ କହିଲେ ତ ଜେଜେ  

"ନାତୁଣୀ ମୋ ଗୋଟେ ହୀରା "


Rate this content
Log in

Similar oriya poem from Classics