STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ନାସ୍ତିକ

ନାସ୍ତିକ

1 min
191


ବ୍ରାହ୍ମଣ ବଂଶଜ ମୁହିଁ ନାସ୍ତିକ ପ୍ରବର

ଧରି ନାହିଁ ଯଜ୍ଞ ଉପବିତ ସ୍କନ୍ଧେ ମୋର

ପୂଜାପାଠ ବେଦ ଶାସ୍ତ୍ର ପ୍ରତି ମୁଁ ବିମୁଖ

ଆମିଷ ଭୋଜନେ ଲଭେ ମୁହିଁ ମହାସୁଖ।


ଦେବାଦେବୀ ପୂଜାରେ ନାହିଁ ମୋର ଭକ୍ତି

ମଠ ମନ୍ଦିରେ ମୁହିଁ ପାଏନାହିଁ ତିଳେ ଶାନ୍ତି

କାଠ ପଥର ଧାତୁରେ ଗଢା ଯେତେ ମୂର୍ତ୍ତି

ସେମାନଙ୍କ ପାଶେ ମୋର ଲାଗେ ନାହିଁ ମତି।


ତନ୍ତ୍ର ମନ୍ତ୍ର ଯାଗ ଯଜ୍ଞରେ ନାହିଁ ମୋ ବିଶ୍ବାସ

ଦରିଦ୍ର ସେବାରେ ପାଏ ମୁଁ ଅପାର ଉଚ୍ଛ୍ବାସ

ଦୁଃଖୀ ରଙ୍କୀ ଜନ ମୋ ଲାଗି ନର ନାରାୟଣ

ସେମାନଙ୍କ ଲାଗି ସଦା କାନ୍ଦେ ମୋର ପ୍ରାଣ।


ଆଚରଣ ଉଚ୍ଚାରଣେ ମୁଁ ପରମ ନାସ୍ତିକ

ଭାବ ଭକ୍ତି ଶ୍ରଦ୍ଧା ହୀନ ତରୁଣ ପଥିକ

ଆଗତ ଭବିଷ୍ଯ ଲାଗି ନୁହେଁ ତ ଚିନ୍ତିତ

କରେ ମୁଁ ତାହା, ଯାହା କହେ ମୋ ବିବେକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract