ନାସ୍ତିକ
ନାସ୍ତିକ
କିଏ ଏଠି ନୁଁହ ନାସ୍ତିକ କୁହ
ମନ ପ୍ରାଣ ହୃଦୟରେ
ଜପ ତପ ପୂଜା ଉପଚାର କଲାବେଳେ
ସ୍ୱାର୍ଥ କଥା ମନ କରେ
ଯଜ୍ଞ ଅବା ଜାଗ ସବୁଠାରେ ଉପର ଦେଖାଣିଆ
ବସି ସଂସାର ନାବରେ
କହୁଥାଏ ମିଛେ ଧର୍ମର ଡ଼ଙ୍ଗା
ବୁଡ଼ିଯିବ ଅଧର୍ମର ଆହୁଲାରେ
ବିରାଡ଼ି ବୈଷ୍ଣବ ପରାଏ ମଣିଷ ବଗ ତୁଲ ଚାହିଁରୁହେ
ଜାଣିବି ଅନିତ୍ୟ ନିଶାରେ ଝୁମେ ବାରେ
ଯାଉ ସେ ଦେଉଳ ଅବା ଗୀର୍ଜା ମସଜିଦ
ଆଖିଲୁହ ଦେଇ ଧାରେ
ନିଜ ଓ ଅନ୍ୟର ମଙ୍ଗଳ କାମନା
କିଏ କି କରିଛି ଥରେ
ଜାତି ନନ୍ଦିଘୋଷ ଚାଲି ପାରୁନାହିଁ
ମଣିଷ ସ୍ୱାର୍ଥର ଘେରେ
ସ୍ୱାର୍ଥକୁ ସାରଥୀ କରି ଏ ମଣିଷ କେମିତି
ବଞ୍ଚିଯିବ ଭାବେ ଏ ସଂସାରେ
ଅଢେଇ ଦିନର ଶେଷ ପରିଣତି ଯାଣିକି ଅଜଣା
କିଏ ନୁହେଁ ଏ ସଂସାରେ
ଅନ୍ତର ରୁ ଟୋପେ ଆନ୍ତରିକତା ରେ
ଡାକିଛିକି କେହି ଥରେ
ହେ ଅନ୍ତର୍ଯ୍ୟାମୀ ଫେଡ଼ ମୋ ଆରତ
ସଭିଙ୍କୁ ରଖ ଭଲରେ
ହେଉ ସେ ପଡୋଶୀ ଅବା ଦୂରଦେଶୀ
ବନ୍ଧା ଗୋଟିଏ ସୂତାରେ
ସଭିଙ୍କ ପାଇଁ ନହେଲା ନାହିଁ ଜଣାଅ ସେ ଦିବ୍ୟ ପୁରୁଷରେ
କାତରେ ଆତୁରେ ରକ୍ଷାକର ପ୍ରଭୁ ବାରେ
ତୁମ କୃପା ବିନା ଛାରଖାର ସବୁ
ଚଳାଅ ତୁମ ହାତ ଗଢା ସୃଷ୍ଟିକୁ ତୁମ ହାତରେ
ଏତିକି ନକହି ସମର୍ପଣ ଭାବେ
ମଣିଷ ସାଜିଛି ନାସ୍ତିକ ଏଠାରେ l
