STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ନାସ୍ତିକ

ନାସ୍ତିକ

1 min
468

କିଏ ଏଠି ନୁଁହ ନାସ୍ତିକ କୁହ 

ମନ ପ୍ରାଣ ହୃଦୟରେ 

ଜପ ତପ ପୂଜା ଉପଚାର କଲାବେଳେ 

ସ୍ୱାର୍ଥ କଥା ମନ କରେ 

ଯଜ୍ଞ ଅବା ଜାଗ ସବୁଠାରେ ଉପର ଦେଖାଣିଆ 

ବସି ସଂସାର ନାବରେ 

କହୁଥାଏ ମିଛେ ଧର୍ମର ଡ଼ଙ୍ଗା 

ବୁଡ଼ିଯିବ ଅଧର୍ମର ଆହୁଲାରେ 

ବିରାଡ଼ି ବୈଷ୍ଣବ ପରାଏ ମଣିଷ ବଗ ତୁଲ ଚାହିଁରୁହେ 

ଜାଣିବି ଅନିତ୍ୟ ନିଶାରେ ଝୁମେ ବାରେ 

ଯାଉ ସେ ଦେଉଳ ଅବା ଗୀର୍ଜା ମସଜିଦ 

ଆଖିଲୁହ ଦେଇ ଧାରେ 

ନିଜ ଓ ଅନ୍ୟର ମଙ୍ଗଳ କାମନା 

କିଏ କି କରିଛି ଥରେ 

ଜାତି ନନ୍ଦିଘୋଷ ଚାଲି ପାରୁନାହିଁ 

ମଣିଷ ସ୍ୱାର୍ଥର ଘେରେ 

ସ୍ୱାର୍ଥକୁ ସାରଥୀ କରି ଏ ମଣିଷ କେମିତି 

ବଞ୍ଚିଯିବ ଭାବେ ଏ ସଂସାରେ 

ଅଢେଇ ଦିନର ଶେଷ ପରିଣତି ଯାଣିକି ଅଜଣା 

କିଏ ନୁହେଁ ଏ ସଂସାରେ 

ଅନ୍ତର ରୁ ଟୋପେ ଆନ୍ତରିକତା ରେ 

ଡାକିଛିକି କେହି ଥରେ 

ହେ ଅନ୍ତର୍ଯ୍ୟାମୀ ଫେଡ଼ ମୋ ଆରତ 

ସଭିଙ୍କୁ ରଖ ଭଲରେ 

ହେଉ ସେ ପଡୋଶୀ ଅବା ଦୂରଦେଶୀ 

ବନ୍ଧା ଗୋଟିଏ ସୂତାରେ 

ସଭିଙ୍କ ପାଇଁ ନହେଲା ନାହିଁ ଜଣାଅ ସେ ଦିବ୍ୟ ପୁରୁଷରେ 

କାତରେ ଆତୁରେ ରକ୍ଷାକର ପ୍ରଭୁ ବାରେ 

ତୁମ କୃପା ବିନା ଛାରଖାର ସବୁ 

ଚଳାଅ ତୁମ ହାତ ଗଢା ସୃଷ୍ଟିକୁ ତୁମ ହାତରେ 

ଏତିକି ନକହି ସମର୍ପଣ ଭାବେ 

ମଣିଷ ସାଜିଛି ନାସ୍ତିକ ଏଠାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics