Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.0  

Jagannath Barik

Inspirational

ନାସ୍ତିକ

ନାସ୍ତିକ

1 min
363


ମୁଁ ଜଣେ ନାସ୍ତିକ  ଈଶ୍ୱର ଅସ୍ତିତ୍ୱ

  କରେ ନାହିଁ ସ୍ୱୀକାର

ନ ଯାଏ ମନ୍ଦିର  ନ ପୂଜେ ପଥର

  ନ ମାଡ଼େ ମଠର ଦ୍ୱାର |


ଗୀତା ଭାଗବତ  ପୁରାଣ ପ୍ରଦତ୍ତ 

  ଉପଦେଶ ଶୁଣେ ନାହିଁ

ପ୍ରବଚକ ମାନ୍ୟ ପ୍ରବଚନମାନ

  ବିଷବୋଧ ହୋଇଥାଇ |


ମହା ଗୀତା ଯଜ୍ଞ ବିଶ୍ଵଶାନ୍ତି ଯଜ୍ଞ

  ଶୁଣିଲେ ଡ଼ିଏଁ ମୋ ନାହି 

ଦେଵାଦେବୀଙ୍କର ମୂର୍ତ୍ତି ସମୀପର 

  ମୁଣ୍ଡିଆ ମୁଁ ମାରେ ନାହିଁ |


ବିଦ୍ୟାଆଳୟରେ  କି ଅନୁଷ୍ଠାନରେ

  ଗଣେଶ ବାଣୀ ପୂଜାରେ 

ପୁଷ୍ପାଞ୍ଜଳି କାହିଁ ଦିନେ ଦେଇ ନାହିଁ

  ପୂଜିନି ଭକ୍ତି ଉର୍ଜାରେ |


ବ୍ରତ ଉପବାସ  ନକରେ ବିଶ୍ୱାସ 

  ଆମିଷ ନିତ୍ୟ ଭୋଜନ 

ଅଷ୍ଟପ୍ରହରର  ନାମ ଯଜ୍ଞ ହେଲେ

  କରେ ମୁଁ ଆତ୍ମଗୋପନ |


ପିତୃ ଶ୍ରାଦ୍ଧ କର୍ମ ଗ୍ରହ ଶାନ୍ତି ହୋମ

  ମୋ ପାଇଁ କି ମିଥ୍ୟା ଗପ

ମେଳା ମହୋତ୍ସବ କି ଧର୍ମୀୟ ପର୍ବ 

  ମାନେ ନାହିଁ ଜପ ତପ |


ଭଣ୍ଡ ଧର୍ମଧ୍ଵଜୀ  ବୈରାଗୀ ବାବାଜୀ

  ପାଖ ମୁହିଁ ମାଡ଼େ ନାହିଁ

ହେତୁବାଦୀତାରେ ବିଜ୍ଞାନ ଆଧାରେ

  ସତ୍ୟାସତ୍ୟ ବୁଝିଥାଇ |


କେଉଁ କଥାକୁ ହିଁ ଅନ୍ଧ ଭାବେ ମୁହିଁ

  ଗ୍ରହଣ କରିନଥାଏ 

ଭାବ ପ୍ରବଣତା  ଭୂତ ପ୍ରେତ କଥା

  ଶୁଣୁ ଶୁଣୁ ଚିଡ଼ିଯାଏ |


ପୂଜା ପାର୍ବଣରେ  ଚାନ୍ଦା ଆଦାୟରେ

  କରିଥାଏ ଯୁକ୍ତିତର୍କ

ଚିତା ଚଇତନ  ଗୈରିକ ଭୂଷଣ

  ମୋ ବିଚାରେ ଧର୍ମବକ |


ବିଶ୍ୱାସ କର୍ମରେ ରଖେ ନିରନ୍ତରେ

  କଠୋରତା ଥାଏ ବରି

ଅନ୍ଧାନୁସରଣ  କୁସଂସ୍କାରମାନ

  ଦୂର କରେ ଚେଷ୍ଟା କରି |


ମାନବର ସେବା ମାଧବର ପୂଜା

 ମରମ ବୁଝିଛି ଯେଣୁ 

ଅସହାୟ ଦୁସ୍ଥ  ସେବାରେ ପ୍ରବୃତ୍ତ

  କରିଛି ନିଜକୁ ତେଣୁ |



Rate this content
Log in

Similar oriya poem from Inspirational