STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ନାର୍ଯ୍ୟା

ନାର୍ଯ୍ୟା

1 min
2.9K

ଧରା ପରି ଧାରଣକରି ଫଳ ଫୁଲ ଦିଏ

ମଙ୍ଗଳା ମାନସିକ କରେ

ବିପଦ ଟଳିଯାଏ ତାର ପଣତ କାନି ତଳେ

କେତେ ଥର ପନିକିରେ ଅଗୁଳିକାଟେ

କେତେ ଓଷା ମାନସିକ କରେ

କେତେ କେତେ ମୁଣ୍ଡ ପିଟେ

ପଥରରେ ଠାକୁର ପାଖରେ

ସେତ ଠାକୁରାଣୀ ଟିଏ

ସିନ୍ଦୁର ରେ ଚଳନ୍ତି ପ୍ରତିମା

ଅଗ୍ନି ପରି ପ୍ରଚଣ୍ଡ ଜ୍ଞାନବି

ଅନ୍ଧକାର ଡିବି ଆଲୁଅରେ ଅପସରି ଯାଏ

ଝଡ଼ ବର୍ଷାର ରାତିରେ

ଶୋଇଦେଇ ତା କାନିତଳେ

ଯପୁଥାଏ ମହାମନ୍ତ୍ର

ଗାଉଥାଏ ଜୀବନ ସଙ୍ଗୀତ

ଦେଉଥାଏ ବାସ୍ଚଲ୍ୟ ମମତା

ସେତ ପୁଣି ରାଖୀ ବାନ୍ଧି ରକ୍ଷା ଚାହେଁ

ତା ପାଇଁ ଭାଇ ଟିଏ ରାଜ୍ୟ ର ରାଜା

ପିତା ମାତା ସୁନା ପଞ୍ଜୁରୀ ର ସୁଆସାରି

ପ୍ରେମ ଦିଏ ପ୍ରେମିକା ରୂପରେ

ଗଙ୍ଗା ଠାରୁ ପବିତ୍ର ଜଳ ସେ

ପୁରୁଷ ର ବଳ, ବିଧ୍ୟା, ଯଶ ପାଇଁ

ସେପୁଣି ସୁଦଶା ଲକ୍ଷ୍ମୀ ଠାକୁରାଣୀ

ଅଞ୍ଚଳ ରେ କ୍ଷୀର

ପୁଣି ଆଖିରେ ତା ନିର

ନାରୀର କାହାଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract