STORYMIRROR

puja pradhan

Tragedy Children

3  

puja pradhan

Tragedy Children

ନାରୀଟିଏ ମୁଁ

ନାରୀଟିଏ ମୁଁ

1 min
202

ନାରୀଟିଏ ମୁଁ ମା'ଟିଏ ସାଜି

ସନ୍ତାନକୁ ପାଳିଥାଏ

ଭାଗିନୀଟି ହୋଇ ମଙ୍ଗଳ କାମନା

ସଦା ସର୍ବଦା କରୁଥାଏ

ସ୍ତ୍ରୀଟିଏ ସାଜି ଅଚିହ୍ନା ହାତକୁ

ଅନ୍ଧ ପରୀ ଧରି ନିଏ

ନିଜେ କଷ୍ଟ ସହି ତୁମ

ବଂଶକୁ ଆଗକୁ ମୁଁ ନେଇଥାଏ

ସଂସାର ଜଞ୍ଜାଳ କର୍ତ୍ତବ୍ୟ

ଚକିରେ ସବୁବେଳେ ପେଷି ହୁଏ

ତୁମ ବାପା ମା ଗୁରୁଜନ

ସଭିଁଙ୍କୁ ନିଜର କରି

ତୁମଚଲା ବାଟ ପଥରେ

ଚାଲିଛି ମୁଁ ଅନ୍ଧ ପରି

ଛାତିରୁ ଝରାଇ ସ୍ନେହର ଅମୃତ

ଶିଶୁଟିକୁ ପାଳୁଥାଏ

ମୋ ବାହୁ ଦୋଳିରେ ରାତି ରାତି 

ତାକୁ କେତେ ମୁଁ ଝୁଲାଇ ଥାଏ

ତା ଅଳିଅଝଟ ତା ମିଠା କଥାରେ

ସବୁକିଛି ମୁଁ ଭୁଲିଯାଏ

ମୋ ରଙ୍କ ପସରା, ମୋ ଧନ ମାଣିକ

କେତେ ଗୀତ ଗାଉଥାଏ

ଧୀରେ ଧୀରେ ଯେବେ ସେହି

ଶିଶୁ ପୁଣି ଗଛପରି ବଢୁଥାଏ

ତାପାଇଁ ସଜାଗ ସବୁବେଳେ

ମୁଁ ଅହରହ ଚାଲିଥାଏ

ଦିନ, ମାସ, ପୁଣି ବର୍ଷ ବିତୁଥାଏ ସବୁବେଳ

ସଭିଙ୍କ କଥା ବୁଝି, ବୁଝି

ମୁଁ ହେଉଥାଏ ଝାଳ ନାଳ

ବେଶିକିଛି ନୁହେଁ ଟିକେ ଶ୍ରଦ୍ଧା ପାଇଁ

ହେଉଥାଏ ମୁଁ ବିକଳ

ବୃଦ୍ଧା ହୋଇଗଲେ ମୋ ପାଇଁ ପିଲାଏ

ଖୋଜନ୍ତି ଦୂରରେ ଥିବା ଆଶ୍ରମ ଦୁଆର

ମୋ ମନ ଭାବନା କିଏ ବୁଝେ ନାହିଁ

ମନ କହୁଥାଏ ମୋର

ନାରୀଟିଏ ବୋଲି ଏ ଦୁନିଆ ମୋତେ

ମୋ ଜୀବନ ପାଇଁ ଦେଇଛି ଏ ଉପହାର

ଧନ୍ୟ ହେ ଇଶ୍ୱର ଧନ୍ୟ ତୁମ ଲୀଳା

ତୁମକୁ ମୋ ନମସ୍କାର ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy