STORYMIRROR

linki barik

Inspirational Others

3  

linki barik

Inspirational Others

ନାରୀର ସମୀକ୍ଷା: ଭିନ୍ନ ଏକ କବିତା

ନାରୀର ସମୀକ୍ଷା: ଭିନ୍ନ ଏକ କବିତା

1 min
164

ନାରୀ!

ଜନନୀ,କାୟା,ସହୀତା ପୁଣି ବନ୍ଦିତା

ଆଗାମୀ ଦିନରେ ସେ ଏକ ନୂଆ ସବିତା,

ବିଗତ ଦିନରେ ଏକ ପୁରୁଣା ବକ୍ତା

ତେବେ ଏ ସମାଜର କେଉଁ ଅଂଶରେ

ନାରୀର କି ସର୍ତ୍ତା?


ବେଳେବେଳେ ସେ ଅଭିଶପ୍ତା

ପୁଣି ବେଳେବେଳେ ସଭିଙ୍କ ହିତା,

ଦୁଇ କୁଳର ନାଆକୁ ଧରି ରଖେ ବୋଲି

ନାମ ତା ଦୁହିତା।


ନାରୀ ସୁରକ୍ଷା ପାଇଁ ବୋଧେ ସକ୍ରିୟ ସମାଜ

ତେବେ ନିର୍ଭୟା,ପ୍ରିୟଙ୍କା,ଦ୍ଵିତୀୟ ନିର୍ଭୟାଙ୍କର କେଉଁ ହେଜ?

ଅଜାଣତେ ସଭିଙ୍କ ଏ ସମାଜର ବୁଡିଲାଣି ହେଜ

ନାରୀର ତେବେ କି ଅସ୍ତିତ୍ବ ଏଠି

ଏ କୁଆଡେ ସଭ୍ୟ ସମାଜ।


ନାହିଁ ସମ୍ମାନ,ନାହିଁ ଆତ୍ମାସନ୍ମାନ 

ଭୂରି ଭୂରି ଦିଏ ତାକୁ ସମାଜ ଅପମାନ,

ସବୁ ଯାଏ ସହି ହସି ଖୁସି ମନ

ଏ ମନ ତ ପଥର!ଯେହେତୁ ଏ ଗୋଟେ ନାରୀ ମନ।


ତେବେ କି ପାଇଁ ପ୍ରହେଳିକା

ନାରୀକୁ କରେ ଅଗ୍ରଣୀ ଏ ସମାଜ ମିଛିମିଛିକା,

ଏ ମିଛ ଦୁନିଆଁରେ ବି ନାରୀ ଏକା

ପ୍ରହେଳିକା, ଅହେଳିକା ସବୁ ତା ପାଇଁ ଫିକା।


ପୁରୁଷ ହାତରେ ସେ ତ କାଠ କଣ୍ଢେଇ

ଅଧିକାର,ଅଧୀଶ୍ଵର ତାର କିଛି ନାହିଁ,

ଏ ସମାଜ ଆଖିରେ ପୁଣି ଏକ ଦୁର୍ଲଭ ପୂତୁଳି

କାମନାର ନିଆଁରେ କୁହୁଳୀ କୁହୂଳି।


ଏପରି ବଞ୍ଚିବାକୁ କଣ କୁହନ୍ତି ଜୀବନ

ହଁ ନୁହେଁ କି ଅବା! ଏ ତ ନାରୀ ଜୀବନ,

ପାଦେ ପାଦେ ଭୟ,ପାଦେ ପାଦେ ଆତଙ୍କ

ତନୁ ଫରୁଆର ସେ ମୋତିକୁ ଜଗି ରଖେ ମନ।


ହୋଇପାରେ ଏହା କରୋନା ଯୁଗ

ନାମମାତ୍ର ଏଠାରେ ନାରୀ ଅଗ୍ରଜ,

ଏବେ ବି ନାରୀ କୁରୁ ସଭାର ମନୋବିନୋଦନ

ଏବେ ବି କରନ୍ତି ରାଜୁତି ଦୁର୍ଯ୍ୟୋଧନ,ଦୁଃଶାସନ।


କାଲି ଯାହା ଥିଲା ନାରୀର ସ୍ଥିତି

ଆଜି ଅଟେ ତାର ପ୍ରସ୍ଥିତି,

ଲବ୍ଧ ହେଉ ବା ପ୍ରଦତ୍ତ

ଏ ସଭ୍ୟ ସମାଜେ ବିଚିତ୍ର ନାରୀର ସ୍ଥିତି।


ତେବେ ସଭ୍ୟ ସମାଜର ଦୁଃଶାସନ,ଦୁର୍ଯ୍ୟୋଧନ!

ହୁଅ ପ୍ରସ୍ତୁତ କରି ଦୃଢ଼ ମନ,

ନାରୀ ଲହୁ ଲୁହେ ହେବାକୁ ଲୀନ

ତେବେ ହେବ ତୁମ୍ଭ ଅସ୍ତିତ୍ବ ବିଲୀନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational