ନାରୀର ପ୍ରେମ
ନାରୀର ପ୍ରେମ
ମନ ସହ ମନ ମିସିଲେ ସିନା'ଲୋ
ପ୍ରେମର ଜାଗୃତି ହୁଏ
ଓଠ ସହ ଓଠ ମିସିଗଲେ ପରା
କାମନା ଜଳାଇ ଖାଏ ।।
ଯୌବନ ବାଧା ବଡ଼ ଜଟିଳ ଲୋ
ନିଆଁ ରେ ପୋଡାଇ ମାରେ
ପ୍ରେମିକା ଗାଗରେ ପ୍ରାଣ ପିଣ୍ଡ ଥୋଇ
ଇଜ୍ଜତ ମହତ ସାରେ ।।
ଯଦି କରିବ ଲୋ ଅଛୁଆଁ ପୀରତି
କମାନା ଯୁବା ବୟଷେ
ଜଗତ ଆଗରେ ନାମ ରଖିଯିବ
ପ୍ରକୃତ ପ୍ରେମ ବରଷେ ।।
କୃଷ୍ଣ ପୀରତି ଅମୃତ ତୁଲ୍ୟ
ଧରତ୍ରୀ ପୀରତି ପୁନ୍ୟ
ଦେଶ ଜାତି ପ୍ରିତୀ ବହୁ ମୂଲ୍ୟବାନ
ଦେବ ମଧ୍ୟେ ହେବ ଗଣ୍ୟ ।।
କୁଳର ପୀରତି କୁଳ ମର୍ଯ୍ୟାଦା
ମାନବ ପୀରତି ଗଙ୍ଗାର ଧାରା
ପ୍ରାଣୀରେ ପୀରତି ଅନନ୍ତ ଆନନ୍ଦ
ମାଟି ପ୍ରିତୀ ସର୍ବୁ ଶ୍ରେଷ୍ଟ ପରା ।।
ମାତୃ ପୀରତିରେ ମମତା ଝରଇ
ମର୍ଯ୍ୟାଦା ର ପ୍ରିତୀ ଉଚ୍ଚ
ନିଜକୁ ପୀରତି ଯେ କରି ପାରଇ
ସେ ହିଁ ଧୀରେ ସର୍ବଚ୍ଚ ।।