ନାରୀର ବିଳାପ
ନାରୀର ବିଳାପ


ହେ ମାଆ ବସୁନ୍ଧରା
ତୁ ଫାଟି ଯା ଆଜି
ମୁଁ ତୋ ଭିତରେ ହୋଇଯାଏ ଲୀନ
ଯନ୍ତ୍ରଣାର ଜ୍ୱାଳନାରେ ଛନ୍ଦି ହୋଇ
ବଞ୍ଚିବି ଆଉ କେତେ ଦିନ ?
ଲାଗେ ଅସହାୟ
ଚିତ୍କାର କରି କାନ୍ଦି କାନ୍ଦି
ଆଖିରୁ ଝରାଇ ଲୁହ
କେତେ ଦିନ ଆଉ ବିଳପିବି
ଏହି ପୁରୁଷ ସମାଜେ,
ଚାରିଆଡେ କୋକୁଆର ଭୟ
କାଳେ କିଏ ଝିାମ୍ପିନେବ
କିଆ ବୁଦା ଉହାଡେ
ହରିନେବ ଦେହ ଓ ଯୌବନ
ଛାଡ଼ିଯିବ ଜୀବନ ର ରଙ୍ଗ
ରହିଯିବ ଶରୀର ଅଙ୍ଗରେ
ନଖ ଆଞ୍ଛୁଡ଼ାର ଦାଗ
ସମସ୍ତଙ୍କ ନଜରରେ
ହୋଇଯିବି କଳଙ୍କିତ
କେମିତି ମୁଁ ବଞ୍ଚିବି
ଏହି କଳଙ୍କ ଆଉ
କାଲିମାକୁ କୁ ବୋହି...
ମୋର ସତୀତ୍ଵ ଉପରେ
ଲୋକେ କରିବେନି କି ଉପହାସ
ସତେବା କଳୀର ରାବଣ ଛୁଆଁରେ
ହାରିଛି ମୋର ସତୀତ୍ଵ
ସୀତାଙ୍କ ପରି ଦେଇ ପାରିବିନି
ଅଗ୍ନି ପରୀକ୍ଷା ମୁଁ ବାରମ୍ବାର ...
ସେଥିପାଇଁ କହୁଛି ମାଆ
ତୁ କୋଳେଇ ନେ ମୋତେ
ସତୀ ସୀତାଙ୍କ ପରି -
ଭାଙ୍ଗିଯାଉ ପୁରୁଷ ଅହଙ୍କାର
ନାରିବିନା ଖିନ୍ ଭୀନ ହେଉ
ଏ ସମାଜ,
ଆଉ ଥରେ ସୃଷ୍ଟି ହେଇ
ଅନ୍ୟ ଏକ କିମ୍ବଦନ୍ତୀ
ପାପରୁ ମୁକ୍ତି ହେବା ଲାଗି
ରଚୁ ଅନ୍ୟ ଏକ ଯଜ୍ଞ
ସ୍ତ୍ରୀ ବିନା ଗଢୁ ସେ
ଅନ୍ୟ ଏକ ସ୍ଵର୍ଣ୍ଣ ନାରୀ ମୂର୍ତ୍ତି
ଯଜ୍ଞର ପୂର୍ଣ୍ଣାଙ୍ଗ ପର୍ଯ୍ୟନ୍ତ ।