Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Tragedy Inspirational

4  

Chittaranjan Nanda

Tragedy Inspirational

ନାରୀର ଅନ୍ତଃସ୍ୱର

ନାରୀର ଅନ୍ତଃସ୍ୱର

2 mins
246


ନାରୀ ସୃଷ୍ଟିରେ ହେଉଛି ସର୍ବୋତ୍ତମ 

ସୃଷ୍ଟି ପରା

ସେ ଅଟଇ ପ୍ରେମ ତ୍ୟାଗ ଓ ତୃପ୍ତିର 

ତରଙ୍ଗିଣୀ ଧାରା |୧|


ଜନନୀ ଭଗିନୀ କନ୍ୟା ଜାୟା ରୁପ

ନାରୀର ଅଟଇ  

କେବେ କଳ୍ପନାରେ ପୁରୁଷ ଓ ନାରୀ 

ବିନା ସୃଷ୍ଟି ହୁଏ ନାହିଁ |୩|


ମାତା ରୂପେ ପ୍ରତ୍ୟେକ ନାରୀ 

ତା ଶିଶୁର ଅନ୍ନଦାତ୍ରୀ

ଭଉଣୀ ରୂପେ ନାରୀ ପୁରୁଷ ପାଇଁ ସଦା 

ସ୍ନେହ ସୁଖ କାମନାରେ ବ୍ରତୀ |୫|


ମୋ ଓଡିଶା ପ୍ରଦେଶେ ଜଗନ୍ନାଥ ଆମ 

ସବୁ଼ଠୁ ବଡ ଠାକୁର 

ଜଗନ୍ନାଥ ସାଥିରେ ସର୍ବଦା ସ୍ଥାନ ଥାଏ 

ସୁଭଦ୍ରା ଭଉଣୀର |୬|


ଜାୟା ରୂପେ ନାରୀ ରହେ ସବୁବେଳେ

ପତି ସୁହାଗିନୀ ଓ ଗୃହିଣୀ

କନ୍ୟା ରୂପେ ଗୃହକୁ ସଜାଡି ସେନେହ 

ଭକ୍ତି ଢାଳି ହୁଏ ଉତ୍ତମ ବିନ୍ଧାଣୀ |୭|


ମାର କୋଳକୁ ଛୁଇଁ ମଣିଷ ତାର କୁଆଁ

କୁଆଁ ରାବେ ଆଖି ଖୋଲିଲା 

ତାହାର ଯୋଗୁ ଜୀବନରେ ପହିଲି ଆଲୁଅ

ଦେଖି ଆଦ୍ୟ ସ୍ୱର ଉଚ୍ଚାରିଲା |୮|


ନାରୀ ସଦା ନୀତି ଶିକ୍ଷା ଦେଇ ସନ୍ତାନର 

ହୁଏ ପ୍ରଥମ ଗୁରୁ  

ଏ ସବୁ ଜାଣି ହେ ପୁରୁଷ ଜାତି କୁହ କିପରି 

ତାକୁ ଅସମ୍ମାନିତ କରୁ |୯|


ପ୍ରସିଦ୍ଧି ଲଭିଥିଲେ କେତେ ନାରୀ ଗାର୍ଗୀ  

ମୈତ୍ରେୟୀ ଲୋପାମୁଦ୍ରା 

ଜାଣୁ ଇତିହାସେ ମୀରା ପଦ୍ମିନୀ ଦୁର୍ଗାବତୀ  

ଲୀଳାବତୀ ଓ ସଂଘମିତ୍ରା |୧୦|


ଜ୍ଞାନର ପ୍ରତୀକ ରୂପେ ପୁଜୁ ଦେବୀ ସରସ୍ୱତୀ 

ଯେଣୁ ଜ୍ଞାନ ଦାତ୍ରୀ

ବନ୍ଦନୀୟା ବହୁ ନାରୀ ଯଥା ଦ୍ରୌପଦୀ ଅନସୂୟା

ସୀତା ଓ ସାବିତ୍ରୀ |୧୧|


ନାରୀ କୁସୁମ ପରି କୋମଳ ଦରକାର ବେଳେ

ବୀରତ୍ୱର ଅଛି ବାଣୀ 

ମା କାଳୀ ରୂପେ ନାରୀ ପ୍ରତି ବିପଦରେ ହୁଏ ସେ

ସଂହାର କାରିଣୀ |୧୨|


ଚିକିତ୍ସକ ସୁସାହିତ୍ୟିକ କୁନ୍ତଳା ସାବତ ଫୁଲେ

ନାରୀ ଶିକ୍ଷାର ପ୍ରସାର କରିଥିଲେ

ଯେଉଁମାନଙ୍କ ପାଇଁ ଆଜି ନାରୀ ପୁରୁଷ ଠାରୁ

ରହିଛି ଆଗେ ଶିକ୍ଷା ଦୀକ୍ଷାରେ |୧୩|


ରାଣୀ ଲକ୍ଷ୍ମୀବାଇ ତୁଳସୀମୁଣ୍ଡା ମଦର ଟେରେସା 

ଭଳି ନାରୀଙ୍କ ଦେଶରେ

ନାରୀ କିପରି ହୁଏ ଅସମ୍ମାନିତ କେଉଁ କାରଣରୁ ଏ

ସମାଜ କଳୁଷିତ ହୋଇଛିରେ |୧୪|


ରାମ ମୋହନ ରାୟ ଫକୀର ମୋହନ ମଧୁସୁଦନ

ପରି ଦେଶର କେତେ ପୁରୁଷ ଜାଣିଥିଲେ 

ନାରୀ ହେଲେ ପାଠୋଇ ଦେଶ ଆଗେଇବ ଦେଶ 

ପଛରେ ପଡିବ ସେ ଅଶିକ୍ଷିତ ହେଲେ |୧୫|


ଯୁଗ ଥିଲା ସମାଜରେ ନାରୀଟିଏ ଯେବେ ଘରେ

ଜନମ ହେଉଥିଲା

କମନୀୟା ସୁରଭିତା ନାରୀ ପାଇଁ ପ୍ରୀତି ମହ୍ଲାର

ଓ ଶାନ୍ତିର ଗଜଲ ବୋଲା ଯାଉଥିଲା |୧୬|


ବିଶ୍ୱାସ ଓ ବଳିଦାନର ଶବ୍ଦକୁ ନିଜର ଧରମ 

ଭାବି ଗଢିଛି ସେତୁ ସମ୍ପର୍କର 

ନାରୀ ଗାଇ ଚାଲିଛି ଜୀବନ ସଙ୍ଗୀତ ପାଥେୟ 

କରି ନିଜର ଶଙ୍ଖା ଓ ସିନ୍ଦୂର |୧୭| 


ନାରୀ ଫୁଟାଇଛି ସମାଜେ ଖେଳାଏ ହସଖୁସି

ତାର ସ୍ନେହ ଓ ଶ୍ରଦ୍ଧା ଭାବନାରେ

ଦଧିଚି ହୋଇ ତ୍ୟାଗ କରି ଚାଲିଛି ତାର ଅସ୍ଥିକୁ 

ସୁଖର ସବୁଜିମା ଭରିବାକୁ ସମାଜରେ |୧୮|


କେଉଁ କଳୁଷ ମନରେ ସେହି ଦୁହିତା ଆଜ

ରହେ ସଦା ଅସୁରକ୍ଷିତା  

ନାରୀର ଅନ୍ତଃସ୍ୱର କେବେ ମାତୃ ଗର୍ଭରେ 

ନାରୀର ହୋଇବନି ହତ୍ୟା |୧୯|


ନାରୀର ଅନ୍ତଃସ୍ୱର କେବେ ସମାଜେ ନାରୀର 

ହୋଇବନି ଆଉ ବସ୍ତ୍ରହରଣ

ଟଙ୍କା ସୁନା ଯୌତୁକ ପାଇଁ ନାରୀଟିଏକୁ କେବେ 

ଦେବାକୁ ପଡିବନି ଜୀବନ |୨୦|



Rate this content
Log in

Similar oriya poem from Tragedy