ନାରୀ
ନାରୀ
ନାରୀ ଏକ ଫୁଲ
ବାସୁଥାଏ ଦୁଇକୂଳରେ
ହେଲେ ମୁଖଶାଳା
ପରିବାର ମନ୍ଦିରରେ
ତ୍ୟାଗ ସ୍ୱାର୍ଥ ତ୍ୟାଗ ର
ପୁଜାରିଣୀ ସିଏ
ତାକୁ ବୁଝିବାକୁ ସମୟ
କହେ ହଉ ହଉ ରହେ
ଶୁନ୍ୟ ରୁ ପୂର୍ଣ୍ଣତା ପର୍ଯ୍ୟନ୍ତ
ଭରା ନଈ ଟିଏ
ପୁଣି ସ୍ରୋତସିନୀ ପୁଣ୍ୟତୋୟା
ଝିଅ ଭଗିନୀ ଜନନୀ ଜାୟା ଟିଏ
ରାଜକୁମାରୀରୁ ବଧୂ ବେଶେ
ଜାୟା ରୁ ଜନନୀ ଅବା ମାଆ
ମମତା ଫଲଗୁ ବହୁଥିବା
ସୁନ୍ଦର ଉପବନ ଟିଏ
ମରୁଭୂମି ର କାକଟସ ଗୋଟିଏ
