ନାରୀ
ନାରୀ
ନାରୀ.....ସେ ତ ନିର୍ଯ୍ୟାସ ସୃଷ୍ଟିର,
ସେ ଯେ ଦ୍ଵିତୀୟ ଈଶ୍ଵର,
ପୁଣି କ୍ଷମାର ସାଗର,
ଆଉ କରୁଣାର ଅବତାର |
ନାରୀ.....ଏକ ଦିଗନ୍ତ ସନ୍ଧାନ,
ଭବିଷ୍ୟତ ଅନ୍ଵେଷଣ,
ନଦୀ ସମ ବହମାନ,
ସଂସାରର ଶ୍ରେଷ୍ଠ ଆକର୍ଷଣ |
ନାରୀ.....ରକ୍ତ-ମାଂ
ସ-ଦେହ ଧାରୀ,
ସ୍ଥୂଳ ଦୃଶ୍ୟ ଅପସରୀ,
ଏକ ସୂକ୍ଷ୍ମ ଅଶରୀରୀ,
ସଦାକାଳେ ଜାଗ୍ରତ ପ୍ରହରୀ |
ନାରୀ..... ସେ ଅବିରତ ପ୍ରେରଣା,
ବୃହତ୍ତର ସମ୍ଭାବନା,
ଜନନୀ-ଜାୟା-କନ୍ୟା-
ସଖା-ଭଗିନୀ, ସ୍ଵୟଂସମ୍ପୂର୍ଣା |