STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ନାରୀ

ନାରୀ

1 min
136

ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର, 

ତୋ ପାଇଁ ହସୁଛି ପୁଣି ଏ ସାରା ସଂସାର

ମାତୃ ରୂପେ ତୁହି ପୁଣି ପାଳୁଛୁ ଦୁନିଆଁ, 

ସଭିଙ୍କର ଯତ୍ନ ନେଉ ହୋଇ ପୁଣି ଜାୟା

ଭଗିନୀ ପରି ତୁ କରୁ ସଭିଙ୍କ ଆଦର ,

ଦୁର୍ଗା ରୂପେ କରୁ ତୁହି ଶତ୍ରୁ ସଂହାର

କନ୍ଯା ହୋଇ ନେଉ ତୁହି ସଭିଙ୍କର ମନ,

କେହି ନେଇ ପାରିବେନି କନ୍ଯାଟିର ସ୍ଥାନ

ମଦର ଟେରେସା ପରି ସର୍ବ ଯତ୍ନ ନେଉ ,

କଳ୍ପନା ଚାୱାଲା ପରି ମହାକାଶ ଯାଉ

ଇନ୍ଦିରା ପରି ଦେଶକୁ ଶାସନ ତୁ କରୁ ,

ସଭିଙ୍କ ମଙ୍ଗଳ ପାଇଁ କାମନା ତୁ କରୁ

ଲକ୍ଷ୍ମୀବାଇ ହୋଇ କରୁ ଶକ୍ତି ପ୍ରଦର୍ଶନ, 

ଅହଲ୍ଯା ପରି ତୁ ପୁଣି ପାଲଟୁ ପାଷାଣ

ତଥାପି ଏ ସମାଜରେ ନାହିଁ ତୋର ସ୍ଥାନ, 

ଯନ୍ତ୍ରଣାରେ ଜର୍ଜରିତ ହୁଏ ତୋର ମନ

କନ୍ଯା ଏଠି ହତ୍ୟା ହୁଏ ପୁଣି ପ୍ରତିଦିନ, 

ବାହୁନି ବାହୁନି କାନ୍ଦେ ମାତୃ ଗର୍ଭେ ପ୍ରାଣ

ଧର୍ଷଣର ଶିକାର ଯେ ହୁଏ ନାରୀ ନିତି, 

କାହିଁକି ଏ କଷଣ ଯେ ହୁଏ ନାରୀ ପ୍ରତି

ହା ହା କାର କ୍ରନ୍ଦନ ଯେ ନାରୀ କଣ୍ଠୁ ଶୁଭେ ,

ବଞ୍ଚାଅ ବଞ୍ଚାଅ ବୋଲି କହେ ଲବେ ଲବେ

ଯୌତୁକ ଯୁଇରେ ଆଜି ବୋହୂ ଜଳେ ନିତି ,

ଏ ସମାଜ ଶତ୍ରୁ ସାଜେ ନାରୀ ଜାତି ପ୍ରତି

ସମାଜ କରେନା କେବେ ତୋହର ସମ୍ମାନ, 

ପ୍ରତି ମୂହୁର୍ତ୍ତରେ ହୁଏ ତୋର ଅପମାନ

ନାରୀ ସଶକ୍ତି କରଣ ହୁଏ ପ୍ରହସନ, 

ବଧୂ ଏଠି ବଳି ପଡେ ଗୃହେ ନିତିଦିନ

ନାହିଁ ତୋ ଧୈର୍ଯ୍ଯର ଏହି ସମାଜେ ତୁଳନା ,

ସମ୍ମାନେ ବଞ୍ଚିବା ପାଇଁ ସମାଜ ଦିଏନା, 

ନମସ୍ଯା ହେ ନାରୀ ତୁମେ ଧରଣୀ ବୁକୁରେ ,

କୋଟି କୋଟି ପ୍ରଣାମ ହେ ତୁମ ଚରଣରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract