STORYMIRROR

SUSMITA MISHRA

Inspirational

4  

SUSMITA MISHRA

Inspirational

ନାରୀ

ନାରୀ

2 mins
412

ନାରୀ ରତନ, ସଭିଙ୍କର ଅଟେ ଜୀବନ ଧନ,

ତାହା ବିନା ଲାଗେନି କାହିଁ କାହାରି ମନ ।


ନାରୀ ନଥିଲେ ପରିବାର ହୋଇଯାଏ ଶୂନ୍ୟ,

ତା ବିନା ଜୀବନ ହୁଏନାହିଁ ମାଧୁର୍ଯ୍ୟ ପୂର୍ଣ୍ଣ।


ଘରର ସୁଖ ସୌନ୍ଦର୍ଯ୍ୟ ଅଟେ ନାରୀ ରତନ,

ସେ ଅଟେ ସକଳ ଆଧାର ର ମୂଳ କାରନ।


ତାଠାରୁ ସୃଷ୍ଟି, ସାରା ସଂସାର ର ଜୀବନ,

ସତେକି ସେ ଅଟେ ସୁଖ ସମ୍ଭାରର ଉପଵନ।


ଯେବେ ମାଆ ହୁଏ ନାରୀ ରତନ,

ପରିବାରେ ନିଏ ସେ ସଭିଙ୍କ ଯତନ।


ଯେବେ ଜାୟା ହୁଏ ନାରୀ ରତନ,

ପତିର ରକ୍ତ କୁ ଉଦରେ କରି ପୂରଣ।


ନଅ ମାସ ଗରଭେ ରଖି ଦିଏ ଜନମ,

ନିଜ ରକ୍ତ ସନ୍ତାନ, ନିଜ ରକ୍ତ ସନ୍ତାନ।


ଯେବେ ନାରୀ ରତନ ହୁଏ ଦୁହିତା,

ଦୁଇ କୁଳର ରଖି ମହତ, ହୁଏ ସେ ଜଗତଜିତା।


ନାରୀରତନ ରୂପ ନେଇ ବିଭିନ୍ନ,

କାମ କରିଯାଏ ହୋଇ ଅନନ୍ୟ ।


ପରିବାର ଠୁଁ ସମାଜ ଯାଏଁ ନାରୀରତନ,

ଅଟେ ଏକ ମୁଖ୍ୟ ଅଙ୍ଗ ମହତ୍ତ୍ୱପୂର୍ଣ୍ଣ।


ତା'ବିନା ନା ପରିବାର ନା ସମାଜ ହୁଏ ପରିପୂର୍ଣ୍ଣ,

ତଥାପି କାହିଁକି ହୁଏ ସେ ଅବହେଲିତ ହୀନିମାନ ।


ତା ପାଇଁ ସରସ ସୁନ୍ଦର ହୋଇଥାଏ ଏ ସୃଷ୍ଟି,

ତଥାପି କାହିଁକି ପଡ଼େ ତା ଉପରେ ଲୋଲୁପ ଦୃଷ୍ଟି।


କାହିଁକି ସେ ହୁଏ ଅତ୍ୟାଚାରୀତା,

ମାନସିକେ,ଶାରୀରିକେ ହୁଏ ଧର୍ଷିତା ।


କାହିଁକି ପାଏ ସେ ବାରମ୍ବାର ଅପମାନ,

କାହିଁକି ଯୌତୁକ ଜୁଇରେ ଯାଏ ତାର ଜୀବନ।


କେବେ କୁରୁସଭା ରେ ଲୁଣ୍ଠିତ ହୁଏ ତାର ଯୌବନ,

କେବେ ଅଗ୍ନିପରୀକ୍ଷା ପାଇଁ ଯାଏ ତା ସ୍ୱାଭିମାନ।


କେତେ ଦିନ ନାରୀ କୁ ହୀନିମାନ କରିବ,

କେତେ ଦିନ ନିଜ ମାଁ ଭଉଣୀ କୁ ଯନ୍ତ୍ରଣା ଦେଵ।


ଉଠ ଜାଗ୍ରତ ହୁଅ ,ସ୍ୱୀକାର କର ନୂଆ ଆହ୍ୱାନ,

ନାରୀ କୁ ନ ଭାବ ହୀନ କାମ ଚରିତାର୍ଥ ର ମାଧ୍ୟମ।


ନାରୀ ନହେଲେ ବଞ୍ଚିବନି ଜୀବନ,

ତା ବିନା ଜନମିବେ ନାହିଁ ସନ୍ତାନ।


ସୁନ୍ଦର ସୃଷ୍ଟିର ହୋଇଯିବ ଅବସାନ,

ଧରାଶାୟୀ ହୋଇଯିବ ସବୁ ଜୀବନ।


ତେଣୁ ନାରୀକୁ ଧନର ରତନ ଭାବି, କର ନାହିଁ ଲୁଣ୍ଠନ,

ସେ ଅଟେ ଏକ ମଣିଷତ୍ୱର ରତ୍ନ, ତାକୁ ଦିଅ ସମ୍ମାନ।


ଯଦି ସ ସମ୍ମାନେ ବଞ୍ଚିବ ନାରୀରତନ,

ସଭିଏଁ ପାଇବା ସମ୍ମାନନୀୟ ଜୀବନ,ସମ୍ମାନନୀୟ ଜୀବନ।


ସମ୍ମାନାନୀୟ ହେବ ଯେବେ ନାରୀ ଜୀଵନ,

ତେବେ ସଫଳ ହେବ ପ୍ରଭୁ ଜଗତ ରଚି ବାର କାରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational