STORYMIRROR

Sasmita Das

Inspirational Others

2  

Sasmita Das

Inspirational Others

ନାରୀ

ନାରୀ

1 min
12.8K


ଆଜିର ଦୁନିଆରେ

ନାରୀ ପରା ସ୍ଵାଧୀନ

ସଵୁଥିରେ ସମକକ୍ଷ ପୁରୁଷର

କରିପାରୁଛି ସେ

ପର୍ବତେ ଆରୋହଣ

ମହାକାଶେ ଅବତରଣ

ପୁଣି କାନ୍ଧରେ ବୋହିଲାଣି

ଦେଶ ଶାସନ ଓ ସୁରକ୍ଷାର ବୋଝ

ହେଲେ କେତେ ଯେ ନାରୀ

ଅସୁରକ୍ଷିତ ଏଠି

କେହି କେଵେ ହିସାବ ରଖେନି ତାର

ଯୌତୁକ ଲୋଭୀ କଂସେଇ ହାତେ

ବଳି ପଡ଼ିଯାନ୍ତି

ଅସହାୟା ବଧୂ ଯେ କେତେ !

ଦିବାଲୋକେ ଆଉ ରାଜଦାଣ୍ଡେ ପୁଣି

ସତୀତ୍ୱ ହଜେ କାହାର

ପଳପଳ ରାକ୍ଷସ କବଳୁ

ବଞ୍ଚିବା ପାଇଁ କି

କରୁଥାଏ ଆର୍ତ୍ତଚିତ୍କାର

ସ୍ଵାମୀ ଶାଶୁ, ନଣନ୍ଦର

ଜାତନାର ଜଉ ଘରେ

ପଳପଳ ହୋଇ ମରୁଥିବା

ନାରୀଟିର କଣ୍ଠରୁ୍ ଶୁଭେ ଖାଲି

ଗୋଟେ କରୁଣ ସ୍ଵର,

ପ୍ରେମର ଛଳନା ଜାଳେ ଛନ୍ଦି ହୋଇ

ନଗ୍ନ ଫୋଟୋଚିତ୍ର ଛାପିବା ଭୟରେ

ଝିଅଟିଏ କରିବସେ ଆତ୍ମହତ୍ୟା !

ହେଲେ ଜାଣିରଖ

ନାରୀ ବିନା ସବୁ ଅସମ୍ଭବ ଏଠି

ସେ ପରା

ମମତାମୟୀ ଜନନୀ,

ସ୍ନେହମୟୀ ଭଗିନୀ,

ପ୍ରେମମୟୀ ଜାୟା

ଆଖିରୁ ଝରାଇ ପାରେ ଲୁହ

ପୁଣି ବରଷାଇ ପାରେ ନିଆଁ

ଶୋଷ ନାହିଁ ଆଉ

ରକ୍ତ ମାଂସ ତାର

ଶ୍ରୀହୀନ ହୋଇବ ଧରା !

........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational