ନାରୀ
ନାରୀ


ହଁ, ଅନିଚ୍ଛା ସତ୍ତ୍ୱେବି
ନିଜକୁ ବାରମ୍ବାର ଅନାବରଣ କରୁଥାଏ
କେବେ ରଣହୁଙ୍କାର ତ
କେବେ କରୁଣ ଆବେଦନରେ,
କାରଣ ମୁଁ ନାରୀ !
ଯେତେଥର ବିବସ୍ତ୍ରା ହେଉଥାଏ,
ସେତେଥର ମୃତ୍ୟୁ ହେଉଥାଏ
ମୋ' ନୀରିହ ଆତ୍ମାର...
କବର ଭିତରୁବି ଜୀବନ୍ୟାସ
ନେଉଥାଏ ସତ୍ତା,
ତୁମ ଅନ୍ତହୀନ କାମନାର
ମୃତ୍ୟୁ ସଂଜୀବନୀ ରେ...
କାରଣ ମୁଁ ନାରୀ !
ଗଣିକା ହେଉ କି ପ୍ରିୟା...
ପରସ୍ତ ପରସ୍ତ ଖୋଲି ଦେଉଥାଏ
ନିଜକୁ ଶରୀର ସହ
ମୋ' ତୀବ୍ର ଚେତନାକୁ ବି,
ସମର୍ପଣର ଭାବରେ,
କରୁଣାର ମୁଦ୍ରାରେ
କାରଣ ମୁଁ ନାରୀ !
ହଁ, ମୁହିଁ ଦେଇପାରେ,
ସହିପାରେ, ଜଳିପାରେ, ଢଳିପାରେ,
କେବେ ବିଧିର ବିଡ଼ମ୍ବନା ତ
କେବେ ଧର୍ମର ଦ୍ୱାହିରେ
କାରଣ ମୁଁ ନାରୀ....!