ନାରୀ
ନାରୀ
ନାରୀ ସେତ ନାରାୟଣୀ ଶକତିମୟୀ
ଜନନୀ ଭଗିନୀ ଜାୟା ଭାରି ସିନେହୀ ।
ତାହାତରେ ଗଢା ଏହି ସୁନ୍ଦର ଧରା
ତା ପରଶେ ଲାଗେ ସାରା ଦୁନିଆ ତୋରା ।
ଫୁଲର ପାଖୁଡା ସେତ ନରମ ଖରା
ଚଇତି ପବନ ଛୁଆଁ ଚମକ ଭରା ।
ରଙ୍ଗ ଭରିଯାଏ ସେତ ଦୁନିଆ ସାରା
ସପନର ଖିଅ ବୁଣେ ଆଶା ଅସରା ।
ସରଗ ପାଲଟେ ଘର ତାଙ୍କରି ହାତେ
ବେଦରଦୀ ମନ ଝୁମେ ମଧୁର ଗୀତେ ।
ଅସଜଡା ଜୀବନକୁ ଦିଏ ସଜାଡି
ସବୁରି ପରାଣେ ଦେଇ ସ୍ନେହ ଅଜାଡି ।
ମେଘ ବୁକୁ ଚିରି ସେତ ଆକାଶେ ଭାସେ
ଉଛୁଳା ତରଙ୍ଗେ ନାଚି ଢେଉରେ ହସେ ।
ସମୟ କୋଳରେ ଲେଖେ କାହାଣୀ ନୂଆ
ଖୁସି ଭରିଦିଏ ତାର କଅଁଳ ଛୁଆଁ ।
ନାରୀ ବିନା ସବୁ ଗୀତ ଲାଗେ ବେଶୁରା
ନାରୀ ସେତ ଯୁଗେଯୁଗେ ଦୁଃଖ ପାଶୋରା ।
