Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DR SAMIR KUMAR NANDA

Inspirational

4  

DR SAMIR KUMAR NANDA

Inspirational

ନାରୀ

ନାରୀ

1 min
167


             

                   

ଏକବିଂଶ ଶତାବ୍ଦୀର ଦୁର୍ଦ୍ଦିନ ସମୟ

ସଦାସର୍ବଦା ହାହାକାର

ଗୁଣ୍ଡା ବଦମାସ ଆଉ ଲମ୍ପଟଙ୍କ ପ୍ରଳାପ

ଗ୍ରାମଠାରୁ ସହର ଯାଏ

ଲୁଚିଯାଏ କେଉଁଆଡେ

ସତ୍ୟତା ଆତ୍ମୀୟତାର ।

                ଘର ଏରୁଣ୍ଡି ଡେଇଁ ଚାଲିଲେ ଦାଣ୍ଡରେ

                ନରଭକ୍ଷୀ ରାକ୍ଷସଙ୍କ ଲୋଲୁପ ଦୃଷ୍ଟି ଆଉ

                ଭଦ୍ରମୁଖା ନରପିଶାଚଙ୍କ ଲହ ଲହ ଜିହ୍ଵାରେ

                ରାସ୍ତା ଫାଟିପଡେ ।

ନାରୀ ତୋତେ ସାଜିବାକୁ ହେବ ମହିଷାମର୍ଦ୍ଦିନୀ

ରକ୍ତମୁଖାଙ୍କ କରି ଦର୍ପଦଳନ

ଉଦ୍ଧାରିବୁ ହସ୍ତେ ଅସ୍ଥିର ମେଦିନୀ ।

ଶିକ୍ଷାଲାଭ କରି ତୁ ବାଟ ଦେଖାଇବୁ

ଆଗାମୀ ପିଢିକୁ

ଜନ ପ୍ରତିନିଧି ସାଜି ତୁ

ସଂସ୍କାରିବୁ ସମଗ୍ର ଦେଶକୁ ।

             ଜନ୍ମିଛନ୍ତି ଏ ମାଟିରେ କେତେ ଯେ ନାରୀ

             ଇନ୍ଦିରା,ମୀରା ଆଉ ବଛେନ୍ଦ୍ରୀ....

             ଜାତ ନୁହେଁ ତୋର ଖାଲି

             ସାଜିବାକୁ ଜନନୀ,ଭଗିନୀ ଜାୟା

             ସାଜିବାକୁ ହେବ ତୋତେ

             କଳ୍ପନା,ସାଇନା ଆଉ ସାନିଆ ।

ସୁରକ୍ଷା ଦେବୁ ତୁ ସଭିଙ୍କୁ

ହୋଇ କିରଣ

ତେବେ ଯାଇ ହେବ ନାରୀ ସଶସ୍ତ୍ରୀକରଣ

ତେବେ ଯାଇ ହେବ ନାରୀ ସଶସ୍ତ୍ରୀକରଣ ।

              



Rate this content
Log in