Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational Others

4  

GAGAN KUMAR DASH

Inspirational Others

ନାରୀ

ନାରୀ

1 min
212



କବି କହେ,

ନାରୀ ଏକ ସୂଗନ୍ଧ କୁସୁମ

ଗତି ତାର ହଂସରାଜ

ସେ ମୃଗାକ୍ଷୀ

କଟି ତାର ପଶୁରାଜ ସମ

ତୁଳନା ତା କବିର କଳ୍ପନା ।


ଶିଶୁ କହେ,

ମାଁ ମୋର ଅତି ଆପଣାର

ଭୋକ ହେଲେ ସହେନି 

ମୋ ପେଟ ଜ୍ବାଳା

ସ୍ତନରୁ ତା ବହି ଆସେ କ୍ଷୀର

ଜୀବନକୁ ଶାନ୍ତ କରି

କଷ୍ଟ ସହିବା

ତା ପକ୍ଷେ କିଛି ନୂହେଁ ।


ବୈଜ୍ଞାନିକ କୁହେ,

ବଂଶ ବୃଦ୍ଧି ସୃଷ୍ଟି ର କାରଣ

ବିନା ପୁରୁଷେ

ଟେଷ୍ଟ ଟିଉବରେ

ଶିଶୁ ଜନ୍ମ

ଏତ ଆମ ଗବେଷଣା ।


ଦାର୍ଶନିକ କହେ,

ନାରୀ ଜନ୍ମ

ଆଦାମ ଓ ଇଉରୁ

ବେଳେ ବେଳେ

ପାରେନି କାରଣ

ପ୍ରଶ୍ନ ପରେ ପ୍ରଶ୍ନ

ଦେଖା ଦିଏ ମତାନ୍ତର

ମସ୍ତିଷ୍କ ଭିତରେ ।


ପ୍ରେମିକ କହେ,

କି ସୁନ୍ଦର ଏ ନାରୀ ଜାତି

କେତେ କେତେ ମିଠା କଥା

ମନେ ଦୁ଼ଃଖ 

ଆସେ ନାହିଁ କେବେ

ଜଣା ପଡେନା କି ଦିନରାତି

ପ୍ରେମିକା ମୋ ଯେବେ

ସାଥେ ଥିଲେ ଏକା ।


ବ୍ରହ୍ମଚାରୀ କହେ,

ଘୃଣା କରେ ଏ ନାରୀ ଜାତି କୁ

ଏମାନେ ବିଶ୍ବାସ ଘାତିକା

ମଲା ବେଳେ ମଢ ପାଶେ

କୁମ୍ଭୀର କାନ୍ଦଣା

ଗୋବର ପାଣିରେ

ଘର କରେ ପବିତ୍ର

ହାତରୁ ଚୁଡ଼ି କାଢି

ଦେଖାନ୍ତି ସଭ୍ୟତା ସଂସ୍କୃତି ।


ପାଗଳ କହେ,

କାହିଁ କେଉଁଠାରେ ତୁମେ

ତୁମେ ମୋର ଅତି ଆପଣାର

ତୁମେ ମୋର ସବୁକିଛି

ପୁଣି କହେ

ଦୂର ହୁଅ ମୋର ସମ୍ମୁଖରୁ

ତୋ ଲାଗି ମୁଁ ଆଜି ପାଗଳ ।


କିନ୍ତୁ -

ସମାଜ କହେ,

ନାରୀ ବିନା ଏ ଜଗତ

ନାରୀ ବିନା ଏ ସୃଷ୍ଟି ଅସମ୍ଭବ

ତାର ପ୍ରରୋଚନା

ପୁରୁଷ ଓ ନାରୀ

ଗୋଟିଏ ବୃନ୍ତର ଦୁଇଟି ପାଖୁଡ଼ା

ଗୋଟିଏ ମୁଦ୍ରାର ଦ୍ବିପାର୍ଶ୍ବ

ଏମାନଙ୍କ ବନ୍ଧନ

ଅତି ଦୃଢରୁ ଦୃଢତର ।


Rate this content
Log in

Similar oriya poem from Inspirational