Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ନାରୀ

ନାରୀ

1 min
323


ମାତୃ ଶକତିର ପ୍ରତୀକ ନାରୀଟି

ନାହିଁ ଏଥିରେ ସନ୍ଦେହ

ନାରୀ ଶକ୍ତିମୟୀ ନାରୀ କୃପାମୟୀ

ସର୍ବ ଶକତିର ଗୃହ ।


ଶରଣ ବତ୍ସଳା ସର୍ବ ଦୁର୍ଗତିର

ହାରିଣୀ ଅଟଇ ନାରୀ

ସର୍ବ ମଙ୍ଗଳର ମଙ୍ଗଳକାରିଣୀ

ସଭିଙ୍କର ହିତକାରୀ ।


ନାରୀ ନାରାୟଣୀ ଜଗତ ବନ୍ଦିତା

ସାରା ଜଗତେ ବିଦିତା

ଅହଲ୍ଯା ଦ୍ରୌପଦୀ ତାରା ମନ୍ଦୋଦରୀ

କୁନ୍ତୀ ପଞ୍ଚ କନ୍ୟା ସୀତା ।


ପରମ କଲ୍ୟାଣୀ ନାରୀ ନାରାୟଣୀ

ତାଙ୍କ ସମ ହେବ କିଏ

ନାରୀ ଯୋଗମାୟା ସ୍ୱରୂପା ତାଙ୍କର

ମତି ଗତି ଜାଣେ କିଏ ।


ପ୍ରକୃତି ସ୍ବରୂପା ନାରୀ ଜଗଦ୍ଧାତ୍ରୀ

ସନ୍ତାନ ବତ୍ସଳା ସେହି

ଜଗତ ଜନନୀ ନାରୀ ସମ କହ

କିଏ ଅଛି ଆଉ କାହିଁ ।


ନାରୀ ଶକତିର ପ୍ରଗତି ପଥରେ

ଶିକ୍ଷା ହୋଇଅଛି ଠିଆ

କୀରତି ସ୍ଥାପନ୍ତି ନାରୀଗଣେ ଶୁଣି

ଉତ୍ଫୁଲ୍ଲିତ ହୁଏ ହିଆ ।


ପୁରୁବ କାଳର ଗଉରବ ଗାଥା

ଫେରାଇ ଆଣିବା ପାଇଁ

ଜାଗରିତ ହେଉ ନାରୀ ନାରାୟଣୀ

ନିଜ ଗଉରବ ନେଇ ।


ସୁନ୍ଦର ପ୍ରଭାତ ହେଉ ଉପଗତ

ସୁନ୍ଦର ହେଉ ଭାବନା

ନାରୀ ଜାଗରଣେ ହସିବ ମୋ ଦେଶ

ଦେଶ ମୋ ହୋଇବ ସୁନା ।


ଆଗାମୀ ଦିନର ପଥ ପ୍ରଦର୍ଶକ

ହେଉ ଏ ଦେଶର ନାରୀ

ସାରା ଜଗତରେ ନାମ ତାର ରହୁ

ହେଉ ସର୍ବ ହିତକାରୀ ।


Rate this content
Log in

Similar oriya poem from Inspirational