STORYMIRROR

Dr Baman Chandra Dixit

Inspirational

3  

Dr Baman Chandra Dixit

Inspirational

ନାରୀ ଯୁଗେ ଯୁଗେ

ନାରୀ ଯୁଗେ ଯୁଗେ

1 min
246

ଯୁଗେ ଯୁଗେ ଅଗ୍ରଗଣ୍ୟା ତୁମେ

ହୁଅ ସୀତା ଅବା ଦ୍ରଉପଦୀ

କେବେ ସର୍ବଂସହା କେବେ ଅସହାୟ

ମାତ୍ର ଲୋକ ମୁଖେ ସଦା ତୁମ ଜୟଗାଥା

ନାନା ଦୁଃଖ ନାନା ନିର୍ଯାତନା

କାହିଁ କେତେ ଅପବାଦ ସତ୍ତ୍ୱେ

ସ୍ୱର ଯାର ଉତ୍ତୋଳିତ ନୋହିଲା କଦାପି

ସେ କିନ୍ତୁ ନାରୀ ଶିରୋମଣି 

ପତିବ୍ରତା ଜନନୀ ଜାନକୀ।

 

ପଞ୍ଚ ପତି ଏକ ଆଳି ଏକ ଦୁଃଶାସନ

ମାତ୍ର ଶତ ନିର୍ଯାତନା ଲାଞ୍ଛିତ ନାରୀତ୍ୱ

ନିରବ ଶୌର୍ଯ୍ୟ ସମସ୍ତ କ୍ଳୀବ ବୀର୍ଯ୍ୟବାନ

ତଥାପି ପୌରୁଷ ଶ୍ରେଷ୍ଠ ଗାଣ୍ଡିବୀ ଅର୍ଜୁନ

ଏବଂ ଅସହାୟତାର ପରାକାଷ୍ଠା ତୁଲ

ବନବାସ ପୁଣି ସେହି ପଞ୍ଚପତି ସାଥେ

ଏ ମହାଭାରତେ ପୁଣି ଦ୍ରୌପଦୀ ବନ୍ଦିତା।

ଏହିତ ଭାରତ,ଯାର ଗ୍ରନ୍ଥ ପୁରାଣରେ

ନାରୀ ଅଗ୍ରଗଣ୍ୟା, ତଥା ବନ୍ଦିତ ନାରୀତ୍ୱ।


ନାରୀ କେବେ ଅହଲ୍ୟା ନିରବ ପାଷାଣୀ

ପୁଣି କେବେ ସାବିତ୍ରୀ ଅନସୂୟା ହୁଏ

ଖଡ୍ଗ ଖର୍ପର ଧାରିଣୀ ଚଣ୍ଡୀ ଦୁର୍ଗା ସାଜି

ଗାର୍ଗୀ ମୈତ୍ରେୟୀ ଲକ୍ଷ୍ମୀବାଇ ହୁଏ।

ସୀତାରୁ ଇନ୍ଦିରା ଯାଏ ନାରୀତ୍ୱ ବିସ୍ତାର

ଦୁର୍ଗାରୁ ଭାବନା ଯାଏ ବିଜୟିନୀ କାୟା

ନାରୀ ଆଧୁନିକା ତେବେ ବି ଏବେ ବି

ଅନାଦିରୁ ଅଧୁନା ପର୍ଯ୍ୟନ୍ତ ।


ଆଧୁନିକତାର ଦ୍ୱାହି ଉତ୍ସୃଙ୍ଖଳ ନୋହୁ

ଦାଦୋଲ୍ୟମାନ ହେଉ ନାରୀତ୍ୱ ସର୍ବଦା

ସଭ୍ୟତାର ଶିଖର ବିସ୍ତାରି କାୟରେ

ଭରିଚାଲୁ ଶୌର୍ଯ୍ୟ ତେଜ ଶକ୍ତି।

ଦୟା ମାୟା ମୋହ ସ୍ନେହ ଶରଧାର

ଧାରା ସଞ୍ଚାରି କ୍ଷରି ଚାଲ ସ୍ନେହ ପ୍ରୀତି

ନାରୀ ତୋରେ ସହସ୍ର ପ୍ରଣତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational