STORYMIRROR

Kalyani Nanda

Inspirational

4  

Kalyani Nanda

Inspirational

ନାରୀ ତୁ ନାରାୟଣୀ

ନାରୀ ତୁ ନାରାୟଣୀ

1 min
274

ନାରୀ ତୁ ନାରାୟଣୀ, ତୁ ଯେ ମାତା ଲକ୍ଷ୍ମୀ ସମ ଚଞ୍ଚଳା,

ନୋହୁଁ ତୁ ଅବଳା, ତୁ ଅଟୁ ରିପୁନାଶିନୀ ଭବାନୀ ସ୍ୱରୂପା।


ମୁଖେ ତୋ ଫୁଟି ଉଠେ ମଧୁର ବାଣୀ,ସ୍ନେହମୟୀ,ଅପରୂପା,

ନୟନୁ ଝରେ ତୋ କରୁଣା ବାରି,ଅନ୍ତରେ ତୋ ଉତ୍ତପ୍ତ ଲାଭା।


କନ୍ୟା ତୁ ଏ ମାଆ ମାଟିର, ତୁ ପୁଣି ଜନନୀ, ଭଗିନୀ, ଜାୟା,

ତୁ ନୋହୁଁ ଦୁର୍ବଳା,ତୁ ଯେ ରିପୁ ବିନାଶିନୀ ,ଶକ୍ତିମୟୀ ମାଆ ଦୁର୍ଗା।


ପ୍ରେମମୟୀ ରାଧା ତୁ, ଝାନ୍ସିରାଣୀ ସମ ତୁ ସାହସୀ ବୀର ବାଳା,

କେବେ ତୁ ପ୍ରୀତିର ଫଲଗୁଧାରା,କେବେ ପୁଣି ହେଇପାରୁ ଉଲ୍କା।


ଆଜି ଲେଖନୀ ତୋ ହାତେ,ଲେଖିପାରୁ ତୁ ଉଦବୋଧନୀ କବିତା,

ତୁ ଯେ ଜ୍ଞାନମୟୀ,ବୁଦ୍ଧିମତୀ,ବିଦ୍ୟାରୂପିଣୀ ମାଆ ସରସ୍ୱତୀ ସ୍ୱରୂପା।


ପଣତରେ ତୋହରି ମମତାର ଫୁଲ, ମାଆ ତୁ ତ ସ୍ନେହ ବତ୍ସଳା,

କେବେ ତୁ ପ୍ରେମମୟୀ ,ମମତାମୟୀ,ପୁଣି କେବେ ତୁ ବହ୍ନି କନ୍ୟା।


ତୁ ନୋହୁଁ ଆଜି ଅସହାୟ, ଗଭୀର ସାଗର ସମ ତୁ ଅଟୁ ଧୈର୍ଯ୍ୟଶୀଳା,

ମୁକ୍ତ ବିହଙ୍ଗମ ସମ ଡେଣା ମେଲି ମାପିପାରୁ ବିଶାଳ ଆକାଶର ପରିସୀମା।


ଉଠ,ଜାଗ୍ରତ ହୁଅ ହେ ଆଜିର ନାରୀ, ଦେଖାଇଦିଅ ତୁମ ଦକ୍ଷତା,

ପାଦରେ ପାଦ ମିଳାଇ ଲକ୍ଷ୍ୟ ପଥେ ଯାଅ ଆଗେଇ,ଆସିଛି ସେ ଶୁଭବେଳା।


#ଉଦବୋଧନ କବିତା

ପ୍ରଥମ ସପ୍ତାହ

                        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational