STORYMIRROR

Sunita Barik

Inspirational

4.8  

Sunita Barik

Inspirational

ନାରୀ ତୁ ଅନନ୍ୟା

ନାରୀ ତୁ ଅନନ୍ୟା

1 min
2.4K



ନାରୀ

କେବେ ଶୀତ ସକାଳ ର କାକରଟୋପା

ପୁଣି କ‌ଅଁଳ ସୂରୁଜ ଖରା

ସ୍ନେହ ଓ ପ୍ରେମର ଲଳନା ତ କେବେ

ଚୋରାଚ‌ଇତାଳି ବାଆ ।।


ବିପଦବେଳେ ସେ ମନ୍ତ୍ରଣାଦାୟିନୀନ

ବନ୍ଧୁ ହୋଇ ପାଖେ ଥାଏ

ପ୍ରେମିକା ସାଜି ସେ ପ୍ରେମପ୍ରଣୟୀନି

ସ୍ଵାମୀ ସୋହାଗିନୀ ହୁଏ।।


ତ୍ୟାଗ ଓ କ୍ଷମା ର ମୂର୍ତ୍ତିମନ୍ତ ରୂପ

ଛଳନା ନ ଥାଏ ହୃଦେ

ଦୀପ ଶିଖା ପରି ତିଳ ତିଳ ଜଳି

ଆଲୋକ ପ୍ରବାହ ଦିଏ।।


କାହାର ଭଗ୍ନୀ ସେ କାହାର ସୁକନ୍ୟା

ଜାୟା ଓ ଜନନୀ ସାଜି

କାହାପାଇଁ ସେ ପ୍ରେରଣା ର ସ୍ରୋତ

ସାଜେ ସେ ଅମୃତ ପ୍ରଦାୟିନୀ।।


ଅବଳା ଦୁର୍ଵଳା ନୁହେଁ କେବେ ନାରୀ

ସେ ତ ନାରୀ ରୂପେ ନାରାୟଣୀ

ଅନ୍ୟାୟ ଅନୀତି ବ୍ୟଭିଚାର ସହି

ମଥା ସେ ନ‌ଇଁବ ନାହିଁ।।


ହଟିବ ସେ କଳାକାଳିମା ର ରାତି

ଆସିବ ନୂଆ ସକାଳ

ଅନ୍ତ ହେବ ସବୁ ଦୁଃଖ ଯନ୍ତ୍ରଣାର

ନାରୀ ହେବ ସୁରକ୍ଷିତ।।


ଦିନ ଅବା ରାତି ଅବାଧରେ ସେ

ଜୀବନ ଜୀଇଁଵ ଏଠି

ଲୋଭି ସ୍ଵାର୍ଥପର କାମାନ୍ଧ ପୁରୁଷ ଙ୍କ ଠାରୁ

ଲଭିବ ସେ ମୁକତି।।


ପ୍ରତି ରୂପେ ନାରୀ ଚିର ନମସ୍ୟା

ଯୁଗେ ଯୁଗେ ଆସୁଥିବ

ନରରୂପୀ ଏ ରାକ୍ଷସ ମାନଙ୍କୁ

ଦୁର୍ଗା ସାଜି ଵିନାସିବ।।


ସୁନିତା ବାରିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational