Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shubhra Suchitra Mahanta

Fantasy Inspirational

3  

Shubhra Suchitra Mahanta

Fantasy Inspirational

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

1 min
208


ନାରୀ ନୁହେଁ ଉପାଦାନ 

ନୁହେଁ ଖେଳ ଉପକରଣ 

ଆଜିର ହିଂସ୍ର ମାନବ ସକାଶେ 

ଅତ୍ୟାବଶ୍ୟକ ନାରୀ ସଶକ୍ତିକରଣ । 


ସ୍ଵାଧୀନ ଦେଶ ଭାରତରେ 

ନାରୀ ହୋଇନାହିଁ ସ୍ଵାଧୀନ 

ଝିଅ ଜନ୍ମ କୁ ଅଭିଶାପ ଭାବି 

କରନ୍ତି ପିଶାଚ ହତ୍ୟା କନ୍ୟାଭ୍ରୁଣ । 


ନାରୀ ଆଖିରୁ ବହିଲେ ଲୁହ 

ସୃଷ୍ଟି ର ହୋଇଯିବ ବିନାଶ 

ନାରୀ ନୁହେଁ ଅବଳା ଦୁର୍ବଳା 

ନାରୀର ଅଛି କେତେ ପ୍ରୟୋଜନ । 


ନାରୀ ଯଦି ହେବ ସବଳ 

ପିଢି ଟିଏ ହେବ ସବଳ 

ନୁହଁ ରେ ନାରୀ ଶକ୍ତିହୀନ 

ଜନ୍ମ ଦେଇଥାଏ କୋଟି ଜୀବନ ।


ନାରୀ ଅଟେ ଲକ୍ଷ୍ମୀ ପ୍ରତିମା 

ଅପାର ଅଟେ ତାର ମହିମା

ମମତାର ଭଣ୍ଡାର ସିଏ

ଉଦାର ଏବଂ ବିଶାଳ ତା ମନ ।


ଲଜ୍ଜା ଓ ସହନଶୀଳତା

ନାରୀ ପାଇଁ ମୂଲ୍ୟବାନ ଆଭୂଷଣ

କିନ୍ତୁ ଜରୁରୀ ଆଜି ଉଗ୍ର ରୂପ

ନହେଲେ ଅସାଧ୍ୟ ତାର ଜୀବନ ।


ଆଜି ର ଯୁଗରେ ଚୁପ୍ ରହିଲେ 

ନାରୀ ଦେହ ସାଜିବ ଭୋଜନ 

ତେଣୁ ଦରକାର ସ୍ଵର ଉତ୍ତୋଳନ 

ଅତ୍ୟାବଶ୍ୟକ ନାରୀ ସଶକ୍ତିକରଣ । 



Rate this content
Log in

Similar oriya poem from Fantasy