STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ନାରୀ ଶକ୍ତି

ନାରୀ ଶକ୍ତି

1 min
376

ହେ ନାରୀ ତୁମ ଶକ୍ତି ଅପାର

ଜାଗ୍ରତ ହୁଅ ଏବେ

ଅଧିକାରକୁ ସାବ୍ୟସ୍ତ କର

ଉଚ୍ଚେ ବଢିବ ଯେବେ।

ସବୁ ଝିଅଙ୍କୁ ପଢାଇ ପାଠ

ମଣିଷ ଆମେ କଲେ

ନିଜ ଶକତି ଆସିବ ଫେରି

ଅସାଧ୍ୟ ଲଙ୍ଘି ଭଲେ।

ଏହି ସେ ଦେଶ ଯହିଁ ଜନମ

ସୀତା ସାବିତ୍ରୀ ତାରା

ନିଜ ଗରିମା ବଳେ ସୁନ୍ଦର

କରିଲେ ଏହି ଧରା।

ଦ୍ରୌପଦୀ ଗାର୍ଗୀ ଲଖମୀବାଇ

ଏହି ଦେଶର ନାରୀ

ଜୀବନ ଯୁଦ୍ଧ ରଣାଙ୍ଗନରେ

ଯାଇ ନାହାନ୍ତି ହାରି।

ସୁନାରୀ ନେତ୍ରୀ ଇନ୍ଦିରା ଗାନ୍ଧୀ

ଲୌହ ମାନବୀ ରୂପ

କଳ୍ପନା ଗଲେ ଚନ୍ଦ୍ରମା ପାଶେ

ନୁହେଁ ତ ଏହା ଗପ।

ସାଇନା,ଦୂତି ସାନିଆ,ମେରୀ

ମିତାଲି ଅନୁରାଧା

ବଚ୍ଛେନ୍ଦ୍ରୀ ପରି ଝିଅ ସବୁରି

ଆଗରେ, ଲଙ୍ଘି ବାଧା।

ନିଜ ଶକତି ପାରିଲେ ଜାଣି

ଆଗକୁ ଯିବେ ମାଡ଼ି

ଦୁଇଟି ଚକ ଥିଲେ ସମାନ

ଚାଲଇ ସିନା ଗାଡ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract