ନାରୀ ଶକ୍ତି
ନାରୀ ଶକ୍ତି
ହେ ନାରୀ ତୁମ ଶକ୍ତି ଅପାର
ଜାଗ୍ରତ ହୁଅ ଏବେ
ଅଧିକାରକୁ ସାବ୍ୟସ୍ତ କର
ଉଚ୍ଚେ ବଢିବ ଯେବେ।
ସବୁ ଝିଅଙ୍କୁ ପଢାଇ ପାଠ
ମଣିଷ ଆମେ କଲେ
ନିଜ ଶକତି ଆସିବ ଫେରି
ଅସାଧ୍ୟ ଲଙ୍ଘି ଭଲେ।
ଏହି ସେ ଦେଶ ଯହିଁ ଜନମ
ସୀତା ସାବିତ୍ରୀ ତାରା
ନିଜ ଗରିମା ବଳେ ସୁନ୍ଦର
କରିଲେ ଏହି ଧରା।
ଦ୍ରୌପଦୀ ଗାର୍ଗୀ ଲଖମୀବାଇ
ଏହି ଦେଶର ନାରୀ
ଜୀବନ ଯୁଦ୍ଧ ରଣାଙ୍ଗନରେ
ଯାଇ ନାହାନ୍ତି ହାରି।
ସୁନାରୀ ନେତ୍ରୀ ଇନ୍ଦିରା ଗାନ୍ଧୀ
ଲୌହ ମାନବୀ ରୂପ
କଳ୍ପନା ଗଲେ ଚନ୍ଦ୍ରମା ପାଶେ
ନୁହେଁ ତ ଏହା ଗପ।
ସାଇନା,ଦୂତି ସାନିଆ,ମେରୀ
ମିତାଲି ଅନୁରାଧା
ବଚ୍ଛେନ୍ଦ୍ରୀ ପରି ଝିଅ ସବୁରି
ଆଗରେ, ଲଙ୍ଘି ବାଧା।
ନିଜ ଶକତି ପାରିଲେ ଜାଣି
ଆଗକୁ ଯିବେ ମାଡ଼ି
ଦୁଇଟି ଚକ ଥିଲେ ସମାନ
ଚାଲଇ ସିନା ଗାଡ଼ି।
