ନାରୀ ନିରୀହ ନିର୍ବଳ ନୁହେଁ
ନାରୀ ନିରୀହ ନିର୍ବଳ ନୁହେଁ
ଯେ କୌଣସି ନାରୀକୁ ଲାଞ୍ଛିତା, ଉପେକ୍ଷିତା
କରିବା ବର୍ଣ୍ଣନା
ସେ ଶାସ୍ତ୍ର ଯେ କୌଣସି ବ୍ୟବସ୍ଥାରେ ପ୍ରକୃତିକୁ
ଉପହାସରେ ଗଣା ।
ଏହି ମାନସିକତା ପରିପ୍ରକାଶ ନିଶ୍ଚିତ ଏକ
ବିକୃତ ବ୍ୟକ୍ତିତ୍ୱର
ସେଥିପାଇଁ ଉତ୍ତମ ସାମାଜିକ ବ୍ୟବସ୍ଥାରେ
କୁହାଯାଏ ଅନଧିକାର ଚରିତ୍ର ସଂହାର ।
ପିତୃକୈନ୍ଦ୍ରିକ ମାନସିକତା, ନାରୀକୁ ନିରୀହା
ନିର୍ବଳା କରେ ବିଚାର
ହୀନ କରିବାର "ପ୍ରୟାସ" ଅଟେ ତ
ବିବେକ ବିହୀନ ମଣିଷର ।
କରି ଧିକାର, ଚାଲ ଛାଡିବା ଏଇ ମାନବୀୟ
ବିଧି ବ୍ୟବସ୍ଥାକୁ,
ଚାଲ ଚାଲ ଆମେ ସଂହାର କରି ଦେବା
ଏ ଶାସ୍ତ୍ରୀୟ ଅନୁମୋଦନକୁ ।
