Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
726



ଶକ୍ତି ସ୍ୱରୂପା ବିଶ୍ଵ ରୂପା ନାରୀ ନାରାୟଣୀ

ତା ବିହୁନେ କାହିଁରେ ସୃଷ୍ଟି (ସେ) ଜନମ ଦାୟିନୀ

ସେ ଶତରୂପା ବିଶ୍ଵ ମାତା ମୋହନ ମୋହିନୀ

ସେ ଐଶ୍ୱରୀୟ ଶକ୍ତି ମତୀ ସତୀ ସିମନ୍ତିନୀ ।


ବାତ୍ସଲ୍ୟ ପ୍ରେମର ଅମୃତ ପସ୍ରବଣ ନାରୀ

ଜୀବନ ନାଟକ ମଞ୍ଚରେ ସାଥୀ ସହଚରୀ

ପ୍ରେମମୟ ମନ ମନ୍ଦିରେ ମହାଦେବୀ ନାରୀ

ଅନନ୍ୟ ପ୍ରତିଭା ସମ୍ମାନେ ପୂର୍ଣ୍ଣ ଅଧିକାରୀ ।


ନାରୀ ତ ନୁହଁଇ ଅବଳା ନୁହେଁ ସେ ଦୁର୍ବଳା

ଜୀବନର ଚଲାପଥରେ(ସେ)ଫୁଲର ପସରା

ଆକାଶ ଗଙ୍ଗୋତ୍ରୀ ସମାନ ସଦା ସେ ନିର୍ମଳ

ସେ ପୂତ ପବିତ୍ର ସଲିଳ ମନ୍ଦାକିନୀ ଧାର ।


ରାମାୟଣ ମହାଭାରତ ବେଦ କି ବେଦାନ୍ତ

ବର୍ଣ୍ଣିତ ହୋଇଛି ନାରୀର ମହାନ ଉଦନ୍ତ

ନାରୀ ପାଇଁ ପୁରୁଷର ହିଁ ପିତୃ ପରିଚୟ

ନାରୀର ବିହୁନେ ସଂସାର ହୁଅଇ ବିଲୟ ।


ଦିନର ସୂରୁଯ ଚାନ୍ଦିନୀ ଯାମିନୀ ଚନ୍ଦ୍ରମା

ଅର୍ଦ୍ଧାଙ୍ଗିନୀ,ମାତା, ଭଗିନୀ ଜୀବନ୍ତ ପ୍ରତିମା

ନିଦାଘେ ମଳୟ ମରୁତ ସୁଧନ୍ୟା ସୁକନ୍ୟା

ଅନେକ ରୂପେ ବିଦ୍ୟମାନ ନାରୀ ମହାମନା ।


ନାରୀ କାତ୍ୟାୟନୀ,କିନ୍ନରୀ କେବେ ପୌର୍ଣ୍ଣମାସୀ

ମଙ୍ଗଳ ଦାୟିନୀ ଦେବୀ ସେ କେବେ ସେ ଉଁଆସୀ

ଜୀବନ ଯୁଦ୍ଧେ ଦକ୍ଷ ଯୋଦ୍ଧ୍ରୁ କେବେ ହାରେ ନାହିଁ

ଦୁଃଖ ସୁଖ ଭରା ଜୀବନ ସୁଶୀତଳ ନଈ ।


ନାରୀରତ୍ନ ଅସାମାନ୍ୟ ସେ ଅମୂଲ୍ୟ ସମ୍ପଦ

ମଣି,ମୁକ୍ତା,ହୀରା,ବୈଡୁର୍ଯ୍ୟ ନୁହେଁ ସମକକ୍ଷ

ବିଧାତା ସୃଷ୍ଟି ରେ ଅମୃତ ଲବଣୀ ପିତୁଳା

ବହୁବିଧ ରୂପେ ବିଦିତ ଚିତ୍ର ଚାରୁକଳା ।


ନିରାଶା ଅନ୍ଧାରେ ଆଲୋକ ପ୍ରେମର ମଶାଲ

ଚେତନା ପୁଲକ ଗ୍ରନ୍ଥର ଅମୂଲ୍ୟ ଗଜଲ୍

ସଂସ୍କାର,ସୌନ୍ଦର୍ଯ୍ୟ,ଶାନ୍ତି ର ଅଭିନ୍ନ ସ୍ଵାକ୍ଷର

ଗତି,ମୁକ୍ତି,କ୍ଷମା,ଦୟାର ଅମୂଲ୍ୟ ଆଧାର ।


ସର୍ବଂସହା ଦେବୀ ଭବାନୀ ନାରୀ ନାରାୟଣୀ

କନ୍ୟା ଯୋଗମାୟା ଅଚିନ୍ତ୍ୟ (ତା)ଅଲିଭା କାହାଣୀ ।



Rate this content
Log in

Similar oriya poem from Classics