STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ନାରୀ ଦିବସ

ନାରୀ ଦିବସ

1 min
610


କେବଳ ଦିନଟିଏ କାହିଁକି ନାରୀ ପାଇଁ

ନାରୀତ୍ବର ଜୟ ଜୟକାର ନାରା ପାଇଁ

ନାରୀବାଦୀମାନଙ୍କ ଆତ୍ମ ପ୍ରଚାର ପାଇଁ

ସଭା ଶୋଭାଯାତ୍ରାର ଆୟୋଜନ ପାଇଁ

ଗଗନ ପବନ ପ୍ରକମ୍ପିତ କରି ଭାଷଣ ଭାଷିବା ପାଇଁ

ଜନନୀ - ଭଗିନୀ - ଜାୟା - ତନୟାର ପରିଚୟ

କଣ ଆମ ପାଶେ ଅଢ଼େଇ ଦିନିଆ ସମ୍ପର୍କ???

ଯିଏ ନିଜର ଅସ୍ତିତ୍ଵ ବିଲୀନ କରିଦିଏ

ଘର ସଂସାରର ଛୋଟ ଛୋଟ ଖୁସି ପାଇଁ

ସଳିତା ସମ ତିଳ ତିଳ ଜଳୁଥାଏ

ସଦା ସର୍ବଦା ଆନର ମଙ୍ଗଳ ପାଇଁ

ସେହି ଧନ୍ଯା ବରେଣ୍ୟା ନାରୀର ଗାରିମା

ଗାୟନ ଲାଗି କଣ ଦିନଟିଏ ସମର୍ଥ

ଆରଦିନକୁ କଣ ପାଇଁ ସଭିଏଁ ନିଶ୍ଚୁପ???

କେବଳ ଦିନଟିଏ କଣ ଯଥେଷ୍ଟ କରିବାକୁ

ନାରୀଟିକୁ ସଭ୍ଯ ଶିକ୍ଷିତ ସଶକ୍ତି ସଶସ୍ତ୍ର

ନାରାବାଜି ନା ଆତ୍ମବିଶ୍ୱାସ କଣ ଲୋଡ଼ା

ବାସ୍ତବରେ ନାରୀଟିଏ ହେବାକୁ ସ୍ବୟଂସମ୍ପୂର୍ଣ୍ଣା

ନାରୀତ୍ବର ନାରୀଙ୍କର ହେଉ ସମସ୍ତ ଦିବସ

ଆର୍ଥିକ ବୈଷମ୍ୟର ହେଉ ଅବସାନ

ପୁନଃ ହୋଇବ ନାରୀ ଜାତିର ଉତ୍ଥାନ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract